ଭୋଏଡେରା ଗ୍ରାମରେ ଜଳ ଉତ୍କଟ ସଙ୍କଟ

ଜମନକିରା : ଜମନକିରା ବ୍ଳକ କେନାଢିପା ପଞ୍ଚାୟତ ଭୋଏଡେରା ଗ୍ରାମରେ ଏବେ ଉତ୍କଟ ଭାବେ ଜଳ ସଂକଟ ଦେଖିବାକୁ ମିଳିଛି । ଏହି ଗ୍ରାମରେ ପ୍ରାୟ ୪୦ ପରିବାର ରହୁଥିବା ବେଳେ ଜନସଂଖ୍ୟା ପ୍ରାୟ ୧୫୦ରୁ ଅଧିକ । ଏଠି ୫ଟି ନଳକୂପ ଥିବାବେଳେ ଭୂତଳ ସ୍ରୋତ କମିବାକୁ ବସିଥିବାରୁ ନଳକୂପ ଗୁଡିକରୁ ଉପଯୁକ୍ତ ପାଣି ବାହାରି ପାରୁନଥିବା ଅଂଚଳ ବାସିଙ୍କ ଅଭିଯୋଗ ରହିଛି ।

ପଞ୍ଚାୟତ ଅଞ୍ଚଳର ୪ ଖଣ୍ଡ ଗ୍ରାମକୁ ନେଇ ଯଥା- ବିଜାଗୁଡା, ସର୍ଭେ, ଭଏଡେରା ଭଳି ଗ୍ରାମକୁ ନେଇ ଦୁଇ ବର୍ଷ ତଳେ ଏଠି ଏକ ୫୦ ହଜାର ଲିଟରର ପାଣି ଟାଙ୍କି ଟିଏ ନିର୍ମାଣ କରାଯାଇଥିଲା । କି;ୁ ଏହି ଟାଙ୍କୀରୁ ପାଇପ ଗୁଡ଼ିକ ଅଧିକ ବୁଲାଣି ଦେଇ ଯାଇଥିବାରୁ ଗ୍ରାମବାସି ମାନେ ଆବଶ୍ୟକ ଅନୁଯାଇ ପାଣି ପାଇ ପାରୁନଥିବା କହିଛନ୍ତି । ଏଠିକାର ଲୋକେ ପାଣି ପାଇଁ ହନ୍ତସନ୍ତ ହୋଇଥିବା ବେଳେ ସ୍ନାନ ଶୌଚ ପାଇଁ ମଧ୍ୟ ଅସୁବିଧାରେ ପଡ଼ିଛନ୍ତି । ପାଖରେ ପୋଖରୀ ନଥିବାରୁ ଦୂରକୁ ଯାଇ ଗାଧୋଉଥିବା କହିଛନ୍ତି । ତୁରନ୍ତ ପାଣି ଟାଙ୍କିରୁ ନୂତନ ପାଇପ ବିଛାଯାଇ ଗ୍ରାମବାସୀ ମାନଙ୍କୁ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବାକୁ ଦାବି କରିଛନ୍ତି । ଏ ସଂକ୍ରାନ୍ତରେ ବିଡ଼ିଓ ଟୁନୂ ମେହେରଙ୍କୁ ଯୋଗାଯୋଗ କରି ପଚାରିବାରୁ ଜଳ ଅମଳ ପ୍ରକଳ୍ପ ଅଧିକାରୀଙ୍କୁ କହି ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।

Comments are closed.