କିଡନୀ ରୋଗରେ ଆକ୍ରାନ୍ତ ଥିଲେ ମାସ୍କ ପିନ୍ଧନ୍ତୁ – ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ପୁଣି କଡ଼ ଲେଉଟାଇଲାଣି କରୋନା ମହାମାରୀ । ମୁମ୍ବାଇରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ପୁଣି ଭୟ ପଶିଛି । ଏଭଳି ସ୍ଥଳରେ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ବହୁବିଧ ରୋଗରେ ଆକ୍ରାନ୍ତ ଲୋକ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି । କିଡନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାସ୍କ ପିନ୍ଧନ୍ତୁ । ଏବେ ବ୍ୟାପୁଥିବା କୋଭିଡ ଓମିକ୍ରନର ସବଭାରିଆଣ୍ଟ । ଓଡ଼ିଶାରୁ ଯଦି କେହି ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ଜିନମ ସିକ୍ୟୁଏନସ୍‍ ପାଇଁ ପଠାଯିବ । ଏନେଇ ଏପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ମାର୍ଗଦର୍ଶିକା ଜାରି କରାଯାଇ ନାହିଁ ।

ସେହିପରି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ଗତବର୍ଷ ମଧ୍ୟ ଏହି ସମୟରେ କିଛି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏପର୍ଯ୍ୟନ୍ତ କୋଭିଡ୍‌ ଯୋଗୁ ଗୁରୁତର ହୋଇଥିବା ରୋଗୀ ସାମ୍ନାକୁ ଆସିନାହାନ୍ତି । ସିଙ୍ଗାପୁର ଏବଂ ହଂକଂରେ କୋଭିଡ ସଂକ୍ରମଣ ବଢ଼ୁଛି । ଭାରତରେ କିଛି ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.