ଆଣ୍ଡାମାନରେ ସ୍ଥିର ରହିଛି ଘୂର୍ଣ୍ଣିବଳୟ: ୧୩ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ୱର: ଅକ୍‌ଟୋବର ୧୧: ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସ୍ଥିର ରହିଛି । ଘର୍ଣ୍ଣିବଳୟ ସମାନ ସ୍ଥାନରେ ସ୍ଥିର ରହିଥିବାରୁ ଲଘୁଚାପ ସୃଷ୍ଟିରେ ବିଳମ୍ବ ହେଉଛି । ତେବେ ୧୩ ଆଡକୁ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ତରଫୁ ସୂଚନା ମିଳିଛି । ଲଘୁଚାପ ସୃଷ୍ଟି ପରେ କ୍ରମେ ତାହା ପଶ୍ଚିମ ଉତ୍ତରମୁହାଁ ହୋଇ ୧୫ ତାରିଖ ସୁଦ୍ଧା ଉପକୂଳ ଛୁଇଁବାର ସମ୍ଭାବନା ରହିଛି । େୱଲମାର୍କ ଲୋପ୍ରେସରରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।

ତେବେ ୧୭ତାରିଖ ସୁଦ୍ଧା ଲଘୁଚାପର ଅନୁଭୂତ ହେବ । ଏହାର ୧୭ରୁ ୧୮ ତାରିଖ ସନ୍ଧ୍ୟା ମଧ୍ୟରେ ଉପକୂଳ ଅତିକ୍ରମ କରିବ । ରାଜ୍ୟରେ ୧୫ ତାରିଖରେ ଦକ୍ଷିଣ ଉପକୂଳ ଓ ୧୬ରେ ସମସ୍ତ ଉପକୂଳରେ ପାଗ ପରିବର୍ତ୍ତନ ହେବ । ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ଉତ୍ତର ଭାରତ ମହାସାଗର ଓ ସଂଲଗ୍ନ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ତଥା ସେମାନଙ୍କ ଉପରିସ୍ଥ ବାୟୁମଣ୍ଡଳରେ ପାଗରେ ଶୀଘ୍ର ପରିବର୍ତ୍ତନ ସହ ଦେଶରେ ମୌସୁମୀର ପ୍ରତ୍ୟାବର୍ତ୍ତନ ଜାରି ରହିଥିବାରୁ ଆଗକୁ ଏହି ଆକଳନରେ ପରିବର୍ତ୍ତନ ହୋଇପାରେ ବୋଲି ପାଣିପାଗ ସୂଚନା ଦେଇଛି ।

ଅନ୍ୟପକ୍ଷରେ ରାଜ୍ୟର ବହୁ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିଛି । ଏହାର ପ୍ରଭାବରେ ରାଜ୍ୟର ୮ଟି ଜିଲ୍ଲାକୁ ମୌସୁମୀ ଫେରିଛି । ସେହି ଜିଲ୍ଲାଗୁଡ଼ିକ ହେଲା-ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ଦେବଗଡ଼, ନୂଆପଡ଼ା ଓ ସୋନପୁର ।

Comments are closed.