ଓଜନ ହ୍ରାସ ସମସ୍ତଙ୍କ ପାଇଁ ଏକ ସମସ୍ୟା ପାଲଟିଛି । ଏଥିପାଇଁ ବିଭିନ୍ନ ଲୋକ ସବୁବେଳେ କିଛି ନୂଆନୂଆ ଉପାୟ ଆପଣାଇଥାଆନ୍ତି । ହେଲେ ଏଭଳି କିଛି ଖାଦ୍ୟ ଯୋଡି ଅଛି, ଯାହାକୁ ଖାଇବା ଦ୍ୱାରା ଓଜନ ହ୍ରାସ ହେବା ସହ ଆପଣଙ୍କୁ ପୂର୍ଣ୍ଣମାତ୍ରାରେ ପୋଷଣ ମଧ୍ୟ ମିଳିପାରିବ । ଏହି ଖାଦ୍ୟଗୁଡିକ ଆପଣଙ୍କର ସମସ୍ତ ଅଦରକାରୀ ଫ୍ୟାଟ୍ କମାଇବ ।
– ଓଟ୍ସ ଓ ବାଦାମ : ସକାଳର ଜଳଖିଆରେ ଓଟ୍ସ ସହ କିଛି ମଞ୍ଜିଜାତୀୟ ଖାଦ୍ୟ ଯେପରି ବାଦାମ, କାଜୁ, ଆଲମଣ୍ଡ ଆଦି ସାମିଲ କରନ୍ତୁ । ଓଟ୍ସରେ ଫାଇବର ଅଧିକମାତ୍ରାରେ ରହିଥାଏ ଯାହା ଆମ ଶରୀରରେ ଘେରେଲିନ୍ ହର୍ମୋନକୁ ନିୟନ୍ତ୍ରଣ କରିଥାଏ । ଏହି ହର୍ମୋନ ଆମ ଭୋକକୁ ନିୟନ୍ତ୍ରଣ କରେ, ତେଣୁ ଓଟ୍ସ ଖାଇବା ଦ୍ୱାରା ଆମକୁ ଲାଗୁଥିବା ଅଯଥା ଭୋକ କମିଥାଏ । ଜଳଖିଆ ଓଟ୍ସ ଓ ବାଦାମ ଖାଇବା ଫଳରେ ଆମକୁ ବିଭିନ୍ନ ପ୍ରକାରର ପୋଷଣ ମିଳିଥାଏ ।
-ଦହି ଓ କୋଳି : ଦହିରେ ପ୍ରୋଟିନର ମାତ୍ରା ଖୁବ ଅଧିକ ଥାଏ । ଏହା ଆପଣଙ୍କ ଓଜନ ହ୍ରାସ ପାଇଁ ଡବଲ ବେନିଫିଟ୍ ପ୍ରଦାନ କରିଥାଏ । ଦହି ଖାଇବା ଦ୍ୱାରା ହଜମ ସମୟରେ ଆମ ଫ୍ୟାଟ୍ ଅଧିକ ମାତ୍ରାରେ ବର୍ଣ୍ଣ ହୋଇଥାଏ । ଦହିରେ ଭିଟାମିନ୍ ଡି ଓ କ୍ୟାଲସିଅମ ରହିଥାଏ ଯାହା ଆମର ଫ୍ୟାଟ୍ ପ୍ରଡକସନ୍ ଉପରେ ନିୟନ୍ତ୍ରଣ ରଖିଥାଏ । ତେଣୁ ଏହା ଓଜନ ହ୍ରାସ ପାଇଁ ଏକ ଭଲ ଅପସନ୍ ।
– ପିନଟ୍ ବଟ୍ର ଓ ସେଓ : ଏହି କମ୍ବିନେସନ୍ ଫ୍ଲେଭର୍ ସହିତ ପୋଷଣରେ ମଧ୍ୟ ଭରପୂର ହୋଇଥାଏ । ଏହା ଆମକୁ ପୋଷଣ ଦେବା ସହିତ ଫ୍ୟାଟ୍ କମାଇବାରେ ସାହାଯ୍ୟ କରିଥାଏ । ପିନଟ୍ ବଟରରେ ଥିବା କିଛି ତତ୍ତ୍ୱ ଆମର ଫ୍ୟାଟକୁ ରେଗୁଲେଟ୍ କରିଥାଏ । ସେହିଭଳି ସେଓରେ କ୍ୟାଲୋରୀର ମାତ୍ରା କମ ଥିବାବେଳେ ଫାଇବର ମାତ୍ରା ଅଧିକ ରହିଥାଏ । ତେଣୁ ଏହି ଦୁଇଟି ସାମଗ୍ରୀ ଆମ ଓଜନ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ।