ଅଜବ ହେୟାରଷ୍ଟାଇଲ୍‌

ସମୟ ସହ ତାଳ ଦେଇ ଲୋକଙ୍କ ଚାଲି ଚଳଣୀରେ ବହୁ ପରିବର୍ତ୍ତନ ଦେଖାଦେଇଛି । ପୋଷାକ, ହେୟାରଷ୍ଟାଇଲ୍‌ ସବୁକିଛିରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ପୁରୁଣା ଫିଲ୍ମରେ ଆପଣ ଦେଖିବାକୁ ପାଇବେ ଆଗରୁ ଲୋକମାନଙ୍କର ହେୟାରଷ୍ଟାଇଲ କିପରି ଥିଲା । ଆମ ଦେଶରେ ପୂର୍ବରୁ ସାଧନା କଟ୍‌ ହେୟାରଷ୍ଟାଇଲ୍‌ ମହିଳାମାନଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ଥିଲା । ସେହିପରି ପୁରୁଷମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ କିମ୍ବା ବିନୋଦ ଖାନ୍ନାଙ୍କ ପରି ମଝିରୁ ଭାଙ୍ଗ ପକାଇ କାନ ପର୍ଯ୍ୟନ୍ତ କେଶ ବଢାଇବା ବେଶ୍‌ ପ୍ରଚଳିତ ଥିଲା । ସେହି ସମୟର ଫ୍ୟାଶନ ଲୋକମାନେ ଏବେ ଆପଣାଇଲେ ନିଶ୍ଚୟ ପରିହାସର ଶିକାର ହେବେ । ଆଜି ଆମେ ଆପଣଙ୍କୁ ଦୁନିଆର ଏପରି କିଛି ହେୟାରଷ୍ଟାଇଲ୍‌ ବିଷୟରେ କହିବାକୁ ଯାଉଛୁ ଯାହା ଦିନେ ଷ୍ଟାଇଲିସ୍‌ ଥିଲା କିନ୍ତୁ ଆଜି ଅଜବ ତାଲିକାରେ ସାମିଲ ହୋଇଛି ।

ଚୁବଚିକ୍‌ ହେୟାରକଟ୍‌:

ଅଜବ ହେୟାରଷ୍ଟାଇଲ୍‌

ଏକଦା ଋଷିଆରେ ପୁରୁଷମାନଙ୍କ ମଧ୍ୟରେ ଏହି ହେୟାରଷ୍ଟାଇଲ୍‌ ବେଶ୍‌ ଲୋକପ୍ରିୟ ଥିଲା । ଏହି ହେୟାରକଟ୍‌ରେ ମୁଣ୍ଡର ଆଗପଟକୁ କେବଳ କେଶ ରଖାଯାଏ ଓ ବାକି ସବୁ ଭାଗ ଚନ୍ଦା ପରି ଦେଖାଯାଉଥିଲା ।

ବବ୍‌ କଟ୍‌:

ଅଜବ ହେୟାରଷ୍ଟାଇଲ୍‌

୧୯୨୦ ମସିହା ବେଳକୁ ଏହି ହେୟାରଷ୍ଟାଇଲ୍‌ ମହିଳାଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ଥିଲା । ଏହି ସମୟରେ ଛୋଟ କେଶ ରଖିବା ଏକ ଫ୍ୟାଶନ ପାଲଟି ଯାଇଥିଲା । ମହିଳାମାନେ ଏହି ସମୟରେ ପୁରୁଷଙ୍କୁ ଖୁସି କରିବା ପାଇଁ ନୁହେଁ ନିଜକୁ ଖୁସି କରିବା ପାଇଁ କେଶ କାଟି ଦେଉଥିଲେ । ଏବେ ଏହି ଷ୍ଟାଇଲ୍‌ ପୁରୁଣା ହୋଇଗଲାଣି ଓ ମହିଳାଙ୍କୁ ବି ଏହି ଷ୍ଟାଇଲ୍‌ ଆଉ ପସନ୍ଦ ଆସୁନାହିଁ ।

ଟୋପୀ ହେୟାରଷ୍ଟାଇଲ୍‌:

ଅଜବ ହେୟାରଷ୍ଟାଇଲ୍‌
ଏହା ଦେଖିବାକୁ ଟୋପୀ ପରି ହୋଇଥିବାରୁ ଏହାର ନାମ ଟୋପୀ ହେୟାରଷ୍ଟାଇଲ୍‌ ରହିଛି । ଯଦି ଆପଣ ଏହି ହେୟାରଷ୍ଟାଇଲର ଏକ ଝଲକ ଦେଖିବାକୁ ଚାହୁଁଛନ୍ତି ତେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲï ଟ୍ରମ୍ପଙ୍କ ହେୟାରଷ୍ଟାଇଲ୍‌ ଉପରେ ନଜର ପକାନ୍ତୁ । ଆମ ଦେଶରେ ବହୁ ପୁରୁଷ ଆଜି ବି ଏହି ହେୟାରଷ୍ଟାଇଲ୍‌ କରୁଛନ୍ତି । ଏହି ହେୟାରଷ୍ଟାଇଲ୍‌ରେ କେଶକୁ ଦୁଇ ଭାଗ କରି ଦିଆଯାଏ ଓ ଦେଖିଲେ ମନେ ହୁଏ ଯେପରି ଏକ ଟୋପି ପରି କେଶ ପବନରେ ବି ସ୍ଥିର ରହିଛି ।

ଚୀନା କ୍ୱିଙ୍ଗ ଡାଇନାଷ୍ଟି ହେୟାରଷ୍ଟାଇଲ୍‌:

ଅଜବ ହେୟାରଷ୍ଟାଇଲ୍‌

ଚୀନ୍‌ର କ୍ୱିଙ୍ଗ ସାମ୍ରାଜ୍ୟ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଥିଲା । କିନ୍ତୁ ସେ ସମୟରେ ଏମାନଙ୍କ ହେୟାରଷ୍ଟାଇଲ୍‌ ବିଚିତ୍ର ଥିଲା । ସେତେବେଳେ ଚୀନ୍‌ ପୁରୁଷମାନେ ପୁରା ମୁଣ୍ଡକୁ ସଫା କରିଦେଉଥିଲେ ଓ ପଛରେ କିଛି କେଶ ରଖି ଏକ ବେଣୀ କରୁଥିଲେ । ଭାରତର ବହୁ ସନ୍ଥ ମହାତ୍ମା ଏହିପରି ଚୁଟି ରଖୁଥିବାର ଦେଖାଯାଉଥିଲା ।

ମୁଲେଟ୍‌ ହେୟାରଷ୍ଟାଇଲ୍‌:

ଅଜବ ହେୟାରଷ୍ଟାଇଲ୍‌

ଏହି ହେୟାରଷ୍ଟାଇଲ୍‌ ଭାରତରେ ମଧ୍ୟ ବେଶ୍‌ ଲୋକପ୍ରିୟ ଥିଲା । ସଞ୍ଜୟ ଦତ୍ତ ଓ ଜାକି ଶ୍ରଫ ମଧ୍ୟ ବିଭିନ୍ନ ସମୟରେ ଏହି ହେୟାରଷ୍ଟାଇଲ୍‌ କ୍ୟାରୀ କରିଛନ୍ତି । ଏହି ଷ୍ଟାଇଲ୍‌ରେ କେଶକୁ ମଝିରୁ କାଟି ଛୋଟ କରାଯାଏ ଓ ଦୁଇପଟେ ଲମ୍ବା ଛଡାଯାଏ ।

ତ୍ରିଙ୍କେଟ ବ୍ରେଡସ୍‌ ଇନ୍‌ ଆଫ୍ରିକା:

ଅଜବ ହେୟାରଷ୍ଟାଇଲ୍‌

ଆଫ୍ରିକୀୟ ଲୋକଙ୍କ କେଶ ଉପରେ ତ ଆପଣଙ୍କ ନଜର ପଡିଥିବ । ଏମାନେ କେଶକୁ ଘୁରାଇ ଘୁରାଇ ଛୋଟ ଛୋଟ ବେଣୀ ଭଳି ଷ୍ଟାଇଲ୍‌ ଦେଇଥାନ୍ତି । ଏହିପରି ଷ୍ଟାଇଲ୍‌ରେ ସେମାନେ କେଶ ବାନ୍ଧୁଥିବା ବେଳେ କେଶ ସହ କିଛି ନା କିଛି ଲଗାଇଥାନ୍ତି । କେଶରେ ଏମାନେ ଛୋଟ ଛୋଟ ଶଙ୍ଖ ମଧ୍ୟ ବାନ୍ଧିଥାନ୍ତି ।

Comments are closed.