କଳାହାଣ୍ଡିର ୧୩ଟି ଗ୍ରାମରେ ଫ୍ଲୋରାଇଡ୍‌ ବିକଳ୍ପ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟଯନ୍ତ୍ରୀ ନିର୍ଦ୍ଦେଶ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ୧୩ ଟି ଗ୍ରାମରେ ଫ୍ଲୋରାଇଡ୍‌ ଯୋଗୁଁ ଗ୍ରାମବାସୀ ପାନୀୟ ଜଳ ପାଇ ପାରୁନାହାନ୍ତି । ଏଥିପାଇଁ ରାଜ୍ୟ ସରକାର ବିକଳ୍ପ ପାନୀୟ ଜଳ ବ୍ୟବସ୍ଥା ପାଇଁ ୧୩ ଟି ବିକଳ୍ପ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନିମନ୍ତେ ପ୍ରକଳ୍ପ ଅନୁମୋଦନ କରିଛନ୍ତି । କି;ୁ ଠିକାଦାର ଓ ଯନ୍ତ୍ରୀଙ୍କ ଅବହେଳା ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ । ଏଥିଯୋଗୁଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ମୁଖ୍ୟଯନ୍ତ୍ରୀ ସମ୍ପୃକ୍ତ ଠିକାଦାରଙ୍କୁ ତୁରନ୍ତ କାମ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାର ବହୁ ଗାଁରେ ଭୂତଳ ଜଳରେ ଫ୍ଲୋରାଇଡ୍‌ ଥିବା ଯୋଗୁଁ ପାନୀୟ ଜଳ ନିମନ୍ତେ ବ୍ୟବହାର ହୋଇପାରୁ ନାହିଁ ।
କଳାହାଣ୍ଡିର ୧୩ଟି ଗ୍ରାମରେ ଫ୍ଲୋରାଇଡ୍‌ ବିକଳ୍ପ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟଯନ୍ତ୍ରୀ ନିର୍ଦ୍ଦେଶ

ଫ୍ଲୋରାଇଡ୍‌ ପାଣି ପିଇବା ଯୋଗୁଁ ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରିଛନ୍ତି । ଏବେ ମଧ୍ୟ ହଜାର ହଜାର ଲୋକ ଫ୍ଲୋରାଇଡ୍‌ ଯୋଗୁଁ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାର ୧୩ ଟି ଗ୍ରାମରେ ବିକଳ୍ପ ପାନୀୟ ଜଳ ବ୍ୟବସ୍ଥା ନିମନ୍ତେ ନିକଟସ୍ଥ ନଦୀ ଓ ଝରଣାରୁ ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଫ୍ଲୋରାଇଡ୍‌ ଥିବା ଗ୍ରାମ ମାନଙ୍କରେ ନଳକୂପ ଗୁଡିକ ଥିଲେ ହେଁ ଲୋକଙ୍କ କାମରେ ଆସୁନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ବ୍ଲକ ଚହଗାଁ ପଞ୍ଚାୟତର ତୁର୍କେଲ, କୁଲିଆମାଲ ପଞ୍ଚାୟତର କଛାର ପଦର, ରିଷିଗାଁ ପଞ୍ଚାୟତର ଟିକ୍ରାପଡା, ମେଦିନୀପୁର ପଞ୍ଚାୟତର କଣ୍ଟାବାଞ୍ଜି, କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ପଞ୍ଚାୟତର ନୂଆପଡା, ନର୍ଲା ବ୍ଲକର ଗାଡେବନ୍ଧ ପଞ୍ଚାୟତର ଫତକା ବାହାଲ, ମାଣ୍ଡେଲ ପଞ୍ଚାୟତର କୁଜି ପଦର, ଶାନ୍ତପୁର ପଞ୍ଚାୟତର ଶାନ୍ତପୁର, ଗୋଲାମୁଣ୍ଡା ବ୍ଲକର ମାନଝରି ପଞ୍ଚାୟତର ଡୁମୁରା, କର୍ଲାମୁଣ୍ଡା ବ୍ଲକର ରାଜପୁର ପଞ୍ଚାୟତର ସାଲେପାଲି, କୋରାଡୋବ୍ରା ପnଯଚାୟତର ଜୋରା ଡୋବ୍ରା ଓ ଶୀଶାଖାଲ, ବୋରପଦର ପଞ୍ଚାୟତର ଭଟାପଲା ସମେତ ୧୩ ଟି ଗ୍ରାମ ନିମନ୍ତେ ପାଇପ ଜଳ ଯୋଗାଣ ଦ୍ୱାରା ବିକଳ୍ପ ପାନୀୟଜଳ ବ୍ୟବସ୍ଥା, ପ୍ରକଳ୍ପକୁ ଅନୁମୋଦନ କରିଥିଲେ ।

କଳାହାଣ୍ଡିର ୧୩ଟି ଗ୍ରାମରେ ଫ୍ଲୋରାଇଡ୍‌ ବିକଳ୍ପ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟଯନ୍ତ୍ରୀ ନିର୍ଦ୍ଦେଶ

ଏହି ୧୩ ଟି ପ୍ରକଳ୍ପର ଟେଣ୍ଡର ଚୂଡାନ୍ତ ହୋଇ ଠିକାଦାରଙ୍କୁ କାର୍ଯ୍ୟାଦେଶ ମିଳିସାରିଛି । ଠିକାଦାରଙ୍କ ଅବହେଳା ଯୋଗୁଁ ବର୍ଷ ବଷର୍ଷ ଧରି କାମ ଆରମ୍ଭ ହୋଇ ପାରିନାହିଁ । ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ମୁଖ୍ୟ ଯନ୍ତ୍ରୀ ଗତ ମାର୍ଚ୍ଚ ୩୧ ତାରିକରେ ଏହି ୧୩ ଟି ପକଳ୍ପ କାମକୁ ତୁରନ୍ତ ଆରମ୍ଭ କରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ କଡା ନିର୍ଦ୍ଦେଶ ଦେବା ସହିତ ତାଗିଦ୍‌ କରିଥିଲେ । କାମ ଆରମ୍ଭ ନକେଲ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ।ଏଚ୍‌ଇଏସ୍‌ କମ୍ପାନୀ ପକ୍ଷରୁ ଟେଣ୍ଡର ନେଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇ ନଥିା ଯୋଗୁଁ ତୁରନ୍ତ ଟେଣ୍ଡର ବାତିଲ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Comments are closed.