ଆସନ୍ତା କାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’

ରାତି ପାହିଲେ ପାଳନ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଉତ୍ସବ ମୁଖର ଉଠିଛି ସାରା ପଶ୍ଚିମ ଓଡିଶା । ଏଥିପାଇଁ ଦୂର ଦୂରାନ୍ତରୁ ଘରକୁ ଆଗମନ କରୁଛନ୍ତି ବନ୍ଧୁ ବାନ୍ଧବ, କୁଣିଆ,ମୈତ୍ର I ବିବାହିତ ଝିଅ ହୁଅନ୍ତୁ କି ଦୂରରେ ରହୁଥିବା ପୁଅ ବୋହୂ ସମସ୍ତେ ହେଉଛନ୍ତି ଘରମୁହାଁ I ଘରେ ଘରେ ପାଳିତ ହେବ ଭେଟଘାଟ I

ନୂଆଁଖାଇ ଏକ କୃଷି ଭିତ୍ତିକ ପର୍ବ I ଏହା ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ I ଗଣେଶ ଚତୁର୍ଥୀ ର ପରଦିନ ଅର୍ଥାତ ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀ ତିଥିରେ ଏହା ପାଳନ କରାଯାଇଥାଏ I କିନ୍ତୁ କଳାହାଣ୍ଡି ଜିଲ୍ଲାରେ ଏହା ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ I ସମସ୍ତେ ଏକାଠି ହୋଇ ଅମଳ ହୋଇଥିବା ନୂଆ ଶସ୍ୟକୁ ଇଷ୍ଟ ଦେବୀ ଙ୍କ ନିକଟରେ ଅର୍ପଣ କରିବେ ,ଏହା ପରେ ଏହାକୁ ନୂଆ ହାଣ୍ଡିରେ ରୋଷେଇ କରି ଏକତ୍ର ଭୋଜନ କରିବେ Iଏହା ଏକ ସଂପ୍ରିତି ଓ ଭାଇଚାରIର ପର୍ବ I

ନୂଆଁ ଖାଇ ପର୍ବ ପାଳନ ର ୧୫ ଦିନ ପୂର୍ବରୁ ପଶ୍ଚିମ ଓଡିଶା ବାସୀ ଏହାର ପ୍ରସ୍ତୁତିରେ ଲାଗିପଡିଥାନ୍ତି I ସର୍ବ ପ୍ରଥମେ ଗାଁ ମୁଖିଆ ଏକ ସଭା ଡାକନ୍ତି I ଏହାପରେ ଅଧିଷ୍ଠାତ୍ରୀ ଦେବୀ ଙ୍କ ରାଶି ନକ୍ଷତ୍ର କୁ ବିଚାର କରାଯାଇ ଲଗ୍ନ ଧାର୍ଯ୍ୟ କରାଯାଇଥାଏ I ସମ୍ବଲପୁର ରେ ମା’ସମଲେଶ୍ୱରୀ ଙ୍କ ମନ୍ଦିର ର ମୁଖ୍ୟ ପୁରୋହିତ ଙ୍କ ଦ୍ୱାରା ଲଗ୍ନ ଧାର୍ଯ୍ୟ ହୋଇଥାଏ I ନୂଆଁଖାଇ ଆଗଦିନ ଇଷ୍ଟ ଦେବୀ ମା’ସମଲେଶ୍ୱରୀ ତଥା ବଲାଙ୍ଗୀରରେ ପ୍ରସିଦ୍ଧ ଦେବୀ ମା’ପାଟଣେଶ୍ୱରୀ ଙ୍କ ପାଖକୁ ଯାଇଥାଏ ନୂଆଁଖାଇ ସାମଗ୍ରୀ ଯାହାକୁ କୁହାଯାଇଥାଏ ପାହୁର । ନୂଆଁଖାଇରେ ପାହୁରର ରହିଛି ବିଶେଷ ମହତ୍ୱ । ତେବେ ଆଜି ସହରରେ ଥିବା ମାଁ ପାଟଣେଶ୍ବରୀ ଓ ମାଁ ସମଲେଶ୍ବରୀ ଙ୍କ ସହ ସହରର ସମସ୍ତ ମନ୍ଦିରକୁ ଯିବ ପାହୁର ।

ରାଜାରାଜୁଡା ଶାସନ ସମୟ ରୁ ଏହି ପ୍ରଥା ଚଳି ଆସୁଛି I ଏବେ ଏହା ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଉଛି । ନୂଆଁ ଧାନ, ପନିପରିବା, ଚାଉଳ ଡାଲି, ମୁଗ , ବୀରି, ସହ ନୂଆଁ ବସ୍ତ୍ର, ଅଳଙ୍କାର, ନୂତନ ବାନା, ନୂତନ ଛତ୍ର ଯାଇଥାଏ ମାଁ ଇଷ୍ଟଦେବୀଙ୍କ ପାଖକୁ ।

Comments are closed.