ଘୋଷ୍ଟ ଇମେଜିଂ କଣ?

ଆଜିକାଲିର ବିଜ୍ଞାନ ଢେର ଆଗକୁ ଗଲାଣି । ବିଜ୍ଞାନକୁ ବ୍ୟବହାର କରି ବିଭିନ୍ନ ଅସମ୍ଭବ କାମକୁ ସମ୍ଭବ କରିହେଉଛି । ଏଥିମଧ୍ୟରେ ଏଭଳି ମଧ୍ୟ କେତେକ ଉଦ୍ଭାବନ ରହୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ସେହିଭଳି ଏକ ଉଦ୍ଭାବନ ବର୍ତ୍ତମାନ ସମସ୍ତଙ୍କୁ ଚକିତ କରିଛି । ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସି ସହାୟତାରେ ଆମ ମସ୍ତିଷ୍କର ତରଙ୍ଗକୁ ବ୍ୟବହାର କରି ଆମେ ଦେଖୁନଥିବା ଜିନିଷକୁ ମଧ୍ୟ ଦେଖିପାରିବା ।
ଘୋଷ୍ଟ ଇମେଜିଂ କଣ?

ଏହି ପ୍ରକ୍ରିୟାକୁ ବୈଜ୍ଞାନିକମାନେ ‘ଘୋଷ୍ଟ ଇମେଜିଂ’ ନାଁ ଦେଇଛନ୍ତି । ଏହାର ଅନ୍ୟନାମ କ୍ଲୋନିଂ । ବହୁପୂର୍ବରୁ ଏହାର ବ୍ୟବହାର କମ୍ପୁ୍ୟଟର କ୍ଷେତ୍ରରେ କରାଯାଇଆସୁଛି । ହେଲେ ବର୍ତ୍ତମାନ ବୈଜ୍ଞାନିକମାନେ ଏହାକୁ ମଣିଷର ଦୃଷ୍ଟିଶକ୍ତି ସହିତ ଯୋଡିଛନ୍ତି । ଏହାକୁ ବ୍ୟବହାର କରି ଜଣେ ବ୍ୟକ୍ତି ସିଧାସଳଖ ଦେଖିପାରୁନଥିବା ସାମଗ୍ରୀକୁ ଦେଖିପାରିବ ବୋଲି ଗବେଷକମାନେ ମତ ଦେଇଛନ୍ତି । ସ୍କଟଲାଣ୍ଡର ଗ୍ଲାସଗୋ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏନେଇ ଏକ ପରୀକ୍ଷଣ ମଧ୍ୟ କରିଛନ୍ତି ।

ଘୋଷ୍ଟ ଇମେଜିଂ କଣ?

ଏହି ପରୀକ୍ଷଣରେ ଭାଗନେଇଥିବା ବ୍ୟକ୍ତିଜଣଙ୍କ ଏକ କାନ୍ଥକୁ ଚାହିଁଥିଲେ କିନ୍ତୁ ତାଙ୍କ ମସ୍ତିଷ୍କକୁ ଏଆଇ ଦ୍ୱାରା ଯୋଡାଯାଇ ସେ ଦେଖିନଥିବା ସାମଗ୍ରୀକୁ ମଧ୍ୟ ସେ ଦେଖିପାରିଥିଲେ । ଏହି ପ୍ରକ୍ରିୟା ଆଗକୁ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଇ ନୂଆନୂଆ ଉଦ୍ଭାବନ କରାଯାଇପାରିବ ବୋଲି ଗବେଷକମାନେ ମତ ଦେଇଛନ୍ତି ।

Comments are closed.