ରିୟା ଚକ୍ରବର୍ତ୍ତୀ ବଲିଉଡ୍ର ଏପରି ଏକ ନାମ, ଯିଏ ଫିଲ୍ମ ନୁହେଁ ବରଂ ବିବାଦରୁ ପରିଚିତ ହୋଇଛନ୍ତି । ଗତ ଦୁଇ ବର୍ଷରେ ସେ ତାଙ୍କ ଜୀବନରେ ଅନେକ ଉ‹ାନପତନର ସାମ୍ନା କରିଛନ୍ତି । ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୂତଙ୍କ ମୃତୁ୍ୟ ସହ ତାଙ୍କ ନାମ ଜଡ଼ିତ ହେବା ପରେ ସେ ଏକପ୍ରକାର ସ୍କ୍ରିନରୁ ଦୂରେଇ ହୋଇଯାଇଛନ୍ତି । ୨୦୦୯ରେ ଏମିଟିଭି ଇଣ୍ଡିଆର ଟିନ୍ ଡିଭା ଜରିଆରେ ଟେଲି ଦୁନିଆରେ ପାଦ ରଖିଥିଲେ ।
ଏହାପରେ ବିଜ୍ଞାପନ ଏବଂ ବଡ଼ ପରଦାରେ ପାଦ ରଖିଲେ । ୨୦୧୨ରେ ତେଲୁଗୁ ଫିଲ୍ମ ‘ତୁନିଗା ତୁନିଗା’ରୁ ଫିଲ୍ମି କ୍ୟାରିଅର ଆରମ୍ଭ କଲେ । ଏହାପରେ ମେରେ ଡାଡି କି ମାରୁତି, ସୋନାଲୀ କେବଲ, ବ୍ୟାଙ୍କ ଚୋର୍ ଏବଂ ଜଲେବି ପରି ଫିଲ୍ମରେ କାମ କଲେ । ସେ ଶେଷଥର ପାଇଁ ୨୦୨୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ଚେହରେରେ ନଜର ଆସିଥିଲେ । ଏଥିରେ ରିୟାଙ୍କ କିଛି ଖାସ୍ ରୋଲ୍ ନଥିଲା ।
ଏପରିକି ଡ୍ରଗ୍ସ ମାମଲାରେ ଫସିଥିବା ରିୟାଙ୍କୁ କେହି ଦେଖିବାକୁ ପସନ୍ଦ କରୁନଥିଲେ ଏବଂ ଆଜି ଯାଏଁ ଗୋଟିଏ ବି ଫିଲ୍ମର ଅଫର୍ ବି ତାଙ୍କୁ ମିଳିନାହିଁ । ବଡ଼ ପରଦାରୁ ସେ ଦୂରରେ ଅଛନ୍ତି । ଆଜିକାଲି ସୋସିଆଲ ମିଡିଆରେ ବହୁତ କମ୍ ଆକଫିଭ ରହୁଛନ୍ତି । କିଛି ପଢୁଥିବା କିମ୍ବା ଛୁଟି କାଟୁଥିବା ରିୟା ସ୍ପଟ୍ ହୋଇଛନ୍ତି । ସୂଚନା ଅନୁଯାୟୀ ରିୟାଙ୍କ ପାଖରେ କୌଣସି ପ୍ରୋଜେକଫ ନାହିଁ । ସେ କେବଳ ହାତଗଣତି ଡିଜାଇନର୍ଙ୍କ ସହ ଫଟୋସୁଟ୍ରେ ନଜର ଆସୁଛନ୍ତି ।
କହିବାକୁ ଗଲେ ଯେମିତି ବଲିଉଡ୍ ଇଣ୍ଡଷ୍ଟ୍ରୀ ତାଙ୍କୁ ବୟକଟ୍ କରିଦେଇଛି । ଯଦିଓ କିଛି ଦିନ ତଳେ ଏକ ଷ୍ଟୁଡିଓରେ ରିୟାଙ୍କୁ ହାତରେ ସ୍କ୍ରିପଫ ଧରିଥିବା ମିଡିଆ ସ୍ପଟ୍ କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ଏହି ପ୍ରୋଜେକଫ ଉପରେ କୌଣସି ସୂଚନା ମିଳିନାହିଁ । ବି-ଟାଉନରେ ଗଳିରେ ଚର୍ଚ୍ଚା ହେଉଛି ଯେ ରିୟା ପୂର୍ବାପେକ୍ଷା ବର୍ତ୍ତମାନ ଆଉ ଗ୍ଲାମରସ୍ ଦେଖାଯାଉନାହାନ୍ତି । ତେଣୁ ଫିଲ୍ମ ଅଫର୍ ହେଉନାହିଁ ଏବଂ ସେ ବହୁତ ସାଧାରଣ ଜୀବନ ବିତାଉଛନ୍ତି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)