ଗତବର୍ଷ କରୋନା ମହାମାରୀ ଓ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିକୋର୍ଟ ଘରେ ଘରେ ସବୁଜ ବରାଣ (ଗ୍ରୀନ୍ କ୍ରାକର୍) ଫୁଟାଇବାକୁ ଅନୁମତି ଦେଇଥିଲେ । ସବୁଜ ବାଣରୁ କମ୍ ପ୍ରଦୂଷଣ ନିର୍ଗତ କରୁଥିବାରୁ ଏହାକୁ ନେଇ କୋର୍ଟ ଅନୁମତି ଦେଇଥିଲେ । ହେଲେ ଏହାକୁ ବିକ୍ରି କରିବା ପାଇଁ ଡିଲରମାନଙ୍କ ପାଇଁ କିଛି ରହିଛି ନିୟମ ।
* ଏହି ବାଣ ବିକ୍ରି ନେଇ ଡିଲର୍ମାନେ ସେମାନଙ୍କ ଷ୍ଟକ୍ ଯାଞ୍ଚ ପରେ ପେଟ୍ରୋଲିୟମ୍ ଆଣ୍ଡ ଏକ୍ସପ୍ଲୋସିଭସ୍ ସେଫ୍ଟି ଅର୍ଗାନାଇଜେସନ୍ (ପେସୋ) ନିକଟରୁ ସାର୍ଟିଫିକେଟ୍ ହାସଲ କରିବେ । ସେମାନଙ୍କୁ କେବଳ ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ ।
* ସିଏସ୍ଆଇଆର୍-ନ୍ୟାସନାଲ ଏନ୍ଭାରୋନମେଣ୍ଟାଲ୍ ଇଂଜିନିୟରିଂ ରିସର୍ଚ୍ଚ ଦ୍ୱାରା ପ୍ରସ୍ତାବିତ ଫର୍ମୁଲାରେ ଏହି ବାଣ ପ୍ରସ୍ତୁତ ହୋଇଥିବ ।
* ପେସା ଦ୍ୱାରା ପ୍ରଦାନ କରାଯାଇଥିବା ସାର୍ଟିଫିକେଟ୍ ଜିଲ୍ଲା ପ୍ରଶାସନ/ପୁଲିସ କମିଶନର୍ଙ୍କ ନିକଟରେ ଦାଖଲ କରାଯିବା ପରେ ଡିଲର୍ଙ୍କୁ ସବୁଜ ବାଣ ବିକ୍ରି ପାଇଁ ଅନୁମତି ମିଳିବ । ସେହିପରି ଇଣ୍ଟରନେଟ୍ରେ ବାଣ ବିକ୍ରି ନେଇ ନିଷେଧ କରାଯାଇଛି ।
କୌଣସି ଫାୟାରକ୍ରାକ୍ ବା ବାଣ ସଂପୂର୍ଣ୍ଣ ପ୍ରଦୂଷଣମୁକ୍ତ ହୋଇପାରିବ ନାହିଁ । ହେଲେ ସିଏସ୍ଆଇଆର୍ ବୈଜ୍ଞାନିକମାନେ ଏହିପରି ଫାୟାରଫ୍ରାକରର ଏକ ସୂତ୍ର ପ୍ରସ୍ତୁତ କରିଛନ୍ତି ଯାହାକୁ ସବୁଜ ଫାୟାରକ୍ରାକର ବର୍ଗରେ ରଖାଯାଇପାରିବ । ଏହି କ୍ରାକରଗୁଡ଼ିକରେ ଧୂଳି ଶୋଷିବାର କ୍ଷମତା ଅଛି । ଏଥିସହ, ଏହି ଫାୟାରଫ୍ରାକରଗୁଡିକରୁ ନିର୍ଗମନ ସ୍ତର ମଧ୍ୟ ବହୁତ କମ୍ ରହିଛି । ସବୁଜ କ୍ରାକର ୩୫% କମ୍ ପ୍ରଦୂଷଣ ହୋଇଥାଏ । ଏହି କ୍ରାକର ମାଧ୍ୟମରେ ବିପଜ୍ଜନକ ନାଇଟ୍ରସ୍ ଅକ୍ସାଇଡ୍ ଏବଂ ସଲଫର୍ ଡାଇଅକ୍ସାଇଡ୍ ଏବଂ ଛୋଟ କଣିକା ନିର୍ଗମନକୁ ୩୦ ରୁ ୩୫ ପ୍ରତିଶତ ହ ୍ରାସ କରାଯଇଛି ।
ଇ-କ୍ରାକରର ପ୍ରୋଟୋଟାଇପ୍ ପ୍ରସ୍ତୁତ
ଦେଶରେ ବଢ଼ୁଥିବା ପ୍ରଦୂଷଣ ଓ ଏକ ସୁସ୍ଥ ପରିବେଶକୁ ନଜରରେ ରଖି ଏନ୍ଇଇଆର୍ଆଇର ବୈଜ୍ଞାନିକମାନେ ଇ-କ୍ରାକର୍ ବା ଇଲୋଟ୍ରୋନିକ୍ କ୍ରାକର୍ ପ୍ରସ୍ତୁତ କରିଛନ୍ତି । ଯାହା ବିଦୁ୍ୟତରେ ଚାଲିବା ସହିତ ବାଣ ଭଳି ଆଲୋକ ପ୍ରକାଶ କରିବ । ଇ-ଫାୟାର୍କ୍ରାକରଗୁଡିକ ସୂତ୍ରକୁ ପେଟ୍ରୋଲିୟମ ଏବଂ ବିସ୍ପୋରକ ସୁରକ୍ଷା ସଂଗଠନ ପିଇଏଏସ୍ଓ ପଠାଯାଇଛି ଏବଂ ପିଇଏଏସ୍ଓ ଏହାକୁ ଅନୁମୋଦନ କଲେ, ଏହା ଶିଘ୍ର ଦେଶରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ତେବେ ଏହି ଫାୟାରଫ୍ରାକରଗୁଡିକ ଶୀଘ୍ର ଉତ୍ପାଦନ ହୋଇପାରିବ ଯାହା ଦ୍ ଉiw ।ରା ଦିୱାଲୀ ଅବସରରେ ‘ାହିଦା ହୋଇପାରେ ପୂର୍ଣ୍ଣ ହେଲା
Comments are closed.