ରୋଷେଇ ଘରେ ରହୁଥିବା ବିଭିନ୍ନ ସାମଗ୍ରୀ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଇ ପାରିବ । ସେଥିମଧ୍ୟରୁ ଗୋଟିଏ ହେଉଛି ଅଟା । ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ତଥା ଚମକ ବଢାଇବାରେ ବେଶ୍ ସାହାଯ୍ୟ କରିଥାଏ । ଆସ;ୁ ଜାଣିବା ଅଟାକୁ ବ୍ୟବହାର କରି କେମିତି ଫେସ୍ ପ୍ୟାକ୍ ତିଆରି କରିପାରିବେ । ତା’ ସହିତ ସ୍କିନ୍ ଅନୁଯାୟୀ କେମିତି ଅଟାକୁ ବ୍ୟବହାର କରି ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ହେବ, ସେ ବିଷୟରେ ଆସିବା ଜାଣ;ୁ ।
୧- ଯଦି ଆପଣଙ୍କ ତ୍ୱଚା ତେଲିଆ, ତା’ହେଲେ ଅଟା ସହିତ କ୍ଷୀର ମିଶାଇ ଫେସ୍ ପ୍ୟାକ୍ ପ୍ରସ୍ତୁତ କର;ୁ । ଦୁଇ ଚାମଚ (ଖାଇବା ପାଇଁ ବ୍ୟବହ୍ୟତ ଚାମଚ) ଅଟାରେ ଦୁଇ ଚାମଚ କ୍ଷୀର ମିଶା;ୁ । ଏହା ମୁହଁ ସହିତ ବେକରେ ମଧ୍ୟ ଲଗା;ୁ ଓ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅ;ୁ । ତା’ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅ;ୁ । ଦେଖିବେ ତ୍ୱଚାରୁ ତେଲିଆ ଅଂଶ ଦୂର ହୋଇଯିବ ।
୨- ଯଦି ଆପଣଙ୍କ ତ୍ୱଚା ଡ୍ରାଏ ହୋଇଯାଇଛି, ତା’ହେଲେ ତାକୁ ଫ୍ରେଶ୍ କରି ପୂର୍ବ ଚମକ ଫେରାଇ ଆଣିବା ପାଇଁ ଅଟା, ଗୋଲାପ ଜଳ ଓ କ୍ଷୀରକୁ ମିଶାଇ ପେଷ୍ଟ ତିଆରି କର;ୁ । ଏହାକୁ ମୁହଁରେ ଓ ବେକରେ ଲଗା;ୁ । ପରେ ଏହାକୁ ଥଣ୍ଡା ପାଣିରେ ସଫା କରି ଦିଅ;ୁ । ଦେଖିବେ ତ୍ୱଚା ପୁଣି ସତେଜ ହୋଇଯିବ ।
୩- ସେହିଭଳି ୨ ଚାମଚ ଅଟା, ୨ ଚାମଚ ଦହି ଓ ଏକ ଚାମଚ ମହୁକୁ ମିଶାଇ ଫେସ୍ ପ୍ୟାକ୍ ପ୍ରସ୍ତୁତ କର;ୁ । ଏହାକୁ ମୁହଁ ଓ ବେକରେ ଲଗା;ୁ । ୨୦ ମିନିଟ୍ ପରେ ଏହାକୁ ଧୋଇ ଦିଅ;ୁ । ଏହା ତ୍ୱଚାକୁ ହାଇଡ୍ରେଟ୍ କରିବ ।
Comments are closed.