ଯେତେବେଳେ ଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ ..୫୦୦ ଟଙ୍କାର ଲଟେରୀ କିଣି ୨୫ କୋଟି ଜିତିଲେ ଅଟୋ ଚାଳକ

ଥିରୁଅନନ୍ତପୁରମ : ଯେତେବେଳେ ମା’ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ,ସେତେବେଳେ ରଙ୍କ ବି ରାଜା ହୋଇଯାଏ I ଆଉ ରାତାରାତି ବଦଳି ଯାଏ ଭାଗ୍ୟ। ଏମିତି କିଛି ଘଟିଛି କେରଳ ଥିରୁଅନନ୍ତପୁରମରେ I ରାତାରାତି ଭାଗ୍ୟ ବଦଳାଇଦେଲା ଅଟୋଚାଳକଙ୍କ ଭାଗ୍ୟ I ମାତ୍ର ୫ଶହ ଟଙ୍କାର ଲଟେରୀ ଟିକେଟ୍‌ କିଣି ସେ ଏବେ ହୋଇଯାଇଛନ୍ତି କୋଟିପତି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ୫ ଶହ ଟଙ୍କାର ଲଟେରୀ ଟିକେଟ୍‌ ଏବେ ଅଟୋରିକ୍ସା ଚାଳକ ଅନୁପଙ୍କ ଭାଗ୍ୟ ବଦଳାଇ ଦେଇଛି।

ଘଟନାନୁସାରେ କେରଳ ସରକାରଙ୍କ ଅଧିକୃତ ଓନମ୍‌ ପର୍ବ ଉପଲକ୍ଷେ ସେଠାରେ ଓନମ୍‌ ଲଟେରୀ କିଣାବିକା ହୁଏ I ଆର୍ଥିକ ପରିସ୍ଥିତିଦେଇ ଗତି କରୁଥିବା କେରଳ ଥିରୁଅନନ୍ତପୁରମ ର ଜଣେ ଅଟୋ ଚାଳକ ଅନୁପ କୁମାର ଏହି ଲଟେରୀ ଟିକଟ ୫୦୦ ଟଙ୍କାରେ କିଣିଥିଲେ I ଆଉ ଏଥିରେ ସେ ଜିତିଛନ୍ତି ଏକାଥରକେ ୨୫ କୋଟି ଟଙ୍କା। ଯାହା ପରେ ଅଟୋ ଡ୍ରାଇଭର ଜଣଙ୍କ ରାତାରାତି ବନି ଯାଇଛନ୍ତି କୋଟିପତି । ଗତ ଶନିବାର ରାତିରେ ଭଗବତୀ ଏଜେନ୍ସି ରୁ ସେ ୫ ଶହ ଟଙ୍କାର ଲଟେରୀ ଟିକେଟ କିଣିଥିଲେ। ଆଉ ଏହି ଲଟେରୀ ଟିକେଟ୍‌ ତାଙ୍କ ଭାଗ୍ୟ ବଦଳାଇ ଦେଇଛି। ନିଜର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ସେ ପରିବାରକୁ ଛାଡି ମାଲେସିଆ ଯିବାକୁ ଚାହୁଁଥିଲେ I ଏଥିପାଇଁ ସେ ୩ଲକ୍ଷ ଟଙ୍କା ର ଲୋନ ଆପ୍ଲିକେସନ ମଧ୍ୟ ଭରିଥିଲେ I ତେବେ ୩ ଲକ୍ଷ ଟଙ୍କାର ଲୋନ୍‌ ଆପ୍ଲିକେସନ୍‌ ଅନୁମୋଦିତ ହେବାର ଦିନକ ପରେ ସେ ଏହି ଲଟେରୀ ଜିତିଛନ୍ତି।

ସବୁଠାରୁ କୌତୁହଳପୂର୍ଣ୍ଣ କଥା ହେଲା, ଅନୁପ ଶନିବାର ଦିନ ଲଟେରୀ ଜିତିଥିବା- TJ 750605 ଟିକେଟ୍ କିଣିଥିଲେ। ହେଲେ ପ୍ରଥମେ ଚୟନ କରିଥିବା ଟିକେଟ୍‌କୁ ସେ କିଣିବାକୁ ଚାହୁଁନଥିଲେ। ତେଣୁ ସେ ଅନ୍ୟ ଏକ ଟିକେଟ୍‌ କିଣିଥିଲେ, ଯେଉଁଥିରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା। ଆଉ ୨୫ କୋଟି ଟଙ୍କା ସେ ଜିତି ଯାଇଥିଲେ। ତେବେ ସମସ୍ତ ଟାକ୍ସ କାଣ୍ଟଛାଣ୍ଟ ପରେ ଅନୁପ ନଗଦ ୧୫ କୋଟି ୭୫ ଲକ୍ଷ ଟଙ୍କା ପାଇବେ।

ଲଟେରୀ ଜିତିବା ନେଇ ଅନୁପ କହିଛନ୍ତି ଯେ, ‘ମୁଁ କେବେ ଆଶା ରଖିନଥିଲି ଲଟେରୀ ଜିତିବି। ତେଣୁ ଲଟେରୀ ରେଜଲ୍ଟ ନେଇ କେବେବି ଟିଭି ଦେଖେ ନାହିଁ। ହେଲେ ଯେତେବେଳେ ମୁଁ ଫୋନ୍‌ ଚେକ୍‌ କଲି, ଲଟେରୀ ଜିତିଥିବା ଦେଖିବାକୁ ପାଇଥିଲି। ଏହାଦେଖି ପ୍ରଥମେ ବିଶ୍ୱାସ କରିପାରିଲିନି। ତେଣୁ ଏହାକୁ ସ୍ତ୍ରୀକୁ ଦେଖାଇଥିଲି। ଏହାପରେ ସେ କନଫର୍ମ କରିଥିଲେ ଯେ, ମୁଁ କିଣିଥିବା ଟିକେଟ୍‌ରେ ହିଁ ଲଟେରୀ ଲାଗିଛି’।

ଲକି ଡ୍ର ଲଟେରୀ ଉଠାଣରେ ଥିଲା ତାଙ୍କ ଲଟେରୀ ନମ୍ବର । କେରଳ ମନ୍ତ୍ରୀ ଏନ୍ ବାଲଗୋପାଳ, ରାଜ୍ୟ ପରିବହନ ମନ୍ତ୍ରୀ ଏନଟି ରାଜା ଓ ବିଧାୟକଙ୍କ ଉପସ୍ଥିତିରେ ଲଟେରୀ ଉଠାଣ ହୋଇଥିଲା, ଯେଉଁଥିରେ ଆସିଥିଲା ଅନୁପଙ୍କ ନାଁ । ପ୍ରଥମେ ଏହାକୁ ବିଶ୍ୱାସ କରିପାରୁନଥିଲେ ଅନୁପ । ହେଲେ ଏହି ଲଟେରୀ ଖଣ୍ଡକ ତାଙ୍କ ଜୀବନରେ ଖୁସିର ସମ୍ଭାର ଆଣିଦେଇଥିଲା । ଏହାକୁ ଭଗବାନଙ୍କ ଓନାମ ଆଶୀର୍ବାଦ ବୋଲି କହିଛନ୍ତି ଅନୁପ ଓ ତାଙ୍କ ପରିବାର ।

ଲଟେରୀ ଟିକଟ ଜିତିବାପରେ ଅନୁପ କୁମାର କହିଛନ୍ତି ‘ମୁଁ ଯେତେବେଳେ ଲଟେରୀ ଟିକେଟ କିଣିବାପାଇଁ ଗଲି ମୋ ପାଖରେ ୫୦୦ ଟଙ୍କାରୁ ଆଉ ୫୦ ଟଙ୍କା କମ ଥିଲା I ତେଣୁ ମୁଁ ମୋ ପୁଅ ର ପଇସା ସଂଚୟ କୂମ୍ପିରୁ ୫୦ ଟଙ୍କା କାଢି ନେଇଥିଲି I ଯାହାକୁ କି ମୋ ସ୍ତ୍ରୀ ମୋତେ ଗାଳି ଦେଇଥିଲେ ଅଯଥା ଖର୍ଚ ନକରିବାକୁ ‘I ଲଟେରୀ ଜିତିଥିବା ଟଙ୍କାରେ କ’ଣ କରିବେ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ପ୍ରଥମେ ପରିବାର ପାଇଁ ଏକ ଘର ନିର୍ମାଣ କରିବି। ଏହାପରେ ଧାରକରଜ ସୁଝିବି। ଏହାଛଡ଼ା ସମ୍ପର୍କୀୟଙ୍କୁ ସାହାଯ୍ୟ କରିବି। କିଛି ଟଙ୍କା ଦାନ କରିବା ସହ କେରଳରେ ଥିବା ହୋଟେଲ୍‌ରେ ମଧ୍ୟ ଲଗାଇବି’।

ଅଟୋ ଚଳାଇବା ପୂର୍ବରୁ ଅନୁପ ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ। ପରେ ମାଲେସିଆ ଯାଇ ସେଠାରେ ରୋଷେୟା କାମ କରିବାକୁ ସେ ଯୋଜନା କରିଥିଲେ। ରବିବାର ଅପରାହ୍ନରେ କେରଳ ଅର୍ଥ ମନ୍ତ୍ରୀ କେ. ଏନ୍ ବାଲ୍‌ଗୋପାଲ ଲଟେରୀର ଉଠାଣ କରିଥିଲେ। ଓନମ୍‌ ଲଟେରୀ କେରଳ ସରକାରଙ୍କ ନିଜସ୍ୱ ସଂସ୍ଥା ଅଟେ। ଚଳିତ ବର୍ଷ ମୋଟ୍‌ ୬୭ ଲକ୍ଷ ବମ୍ପର ଟିକେଟ ଛପା ଯାଇଥିବା ବେଳେ ପ୍ରାୟ ସମସ୍ତ ଟିକେଟ ବିକ୍ରି ହୋଇଥିଲା।

ଓନମ୍‌ ଲଟେରୀର ପ୍ରଥମ ବିଜେତାଙ୍କ ପାଇଁ ୨୫ କୋଟିର ପୁରସ୍କାର ରାଶି ରଖାଯାଇଥିବା ବେଳେ, ଦ୍ୱିତୀୟ ବିଜେତା ୫ କୋଟି ଓ ତୃତୀୟ ପୁରସ୍କାର ଭାବେ ୧୦ ଜଣ ଭାଗ୍ୟଶାଳୀ ବିଜେତା ୧ କୋଟି ଲେଖାଏ ଟଙ୍କା ପାଇବା ନେଇ ନିଷ୍ପତ୍ତି ହୋଇଥିଲା। ତେବେ ପ୍ରଥମ ବିଜେତା ଭାବେ ଅନୁପ ୨୫ କୋଟିର ପୁରସ୍କାର ରାଶି ଜିତିଛନ୍ତି।

ସୂଚନାଥାଉ କି, ରାଜା ମହାବଳୀଙ୍କ ସମୟରୁ ଓନମ୍‌ ପର୍ବ ପାଳନ ଅବସରରେ ଓନମ୍‌ ଲଟେରୀ ପ୍ରଚଳିତ ହୋଇ ଆସୁଛି। ଗତବର୍ଷ ମଧ୍ୟ ଓନମ ବମ୍ଫର ଲେଟରୀ ଟିକେଟରେ ଜଣେ ଅଟୋ ଚାଳକ ୧୨ କୋଟି ଟଙ୍କା ଜିତିଥିଲେ। ଗତବର୍ଷ କୋଚି ନିକଟ ମାରାଡୁ ନିକଟରେ ରହୁଥିବା ଅଟୋ ଚାଳକ ଜୟପାଲନ ପିଆର କୋଟିପତି ହୋଇଥିଲେ। ଚଳିତ ବର୍ଷ ଅନୂପ ନାମକ ଅଟୋ ଚାଳକ ୨୫ କୋଟି ଟଙ୍କା ଜିତିଛନ୍ତି।

Comments are closed.