ଭୁବନେଶ୍ୱର : ନାଗଫାଶର ଗୁମର ଖୋଲୁଛି ଇଡି I ଅର୍ଚ୍ଚନାର ଅନ୍ୟତମ ସହଯୋଗୀ ତଥା ବିଜିନେସ ପାର୍ଟନର ଖଗେଶ୍ୱର ପାତ୍ର କୁ ଇଡି ରିମାଣ୍ଡ ରେ ନେଇ ବହୁ ତଥ୍ୟ ହାସଲ କରିଛି I ଏହି ସମୟରେ ଖଗେଶ୍ୱର ପାତ୍ର କିଛି ନେତା ଓ ବ୍ୟବସାୟୀଙ୍କ ଲିଙ୍କ୍ ଥିବା ସୂଚନା ପାଇଛି । ସେଥିପାଇଁ ଇଡି ଏକା ସାଙ୍ଗରେ ୧୫ ଜଣଙ୍କୁ ନୋଟିସ୍ କରିଛି । ଖୁବ୍ ଶୀଘ୍ର ସେହି ନେତା ଓ ବ୍ୟବସାୟୀଙ୍କୁ ଇଡି ଜେରା କରିବ।
ଅର୍ଚ୍ଚନାଙ୍କ ନାଗ ପେଡ଼ିରେ ବହୁ ବଡ଼ ବଡିଆଙ୍କ ସହିତ କିଛି ପ୍ରଶାସନିକ ଅଧିକାରୀନ ସମ୍ପର୍କଥିବା ଖଗେଶ୍ୱର ଦେଇଥିବା ବୟାନରୁ ଜଣା ପଡିଛି I ସେହିଭଳି କିଛି ରାଜନେତା ଓ ବ୍ୟବସାୟୀ ଅର୍ଚ୍ଚନାକୁ ବିଭିନ୍ନ ବାଟରେ ସହଯୋଗ କରିଛନ୍ତି । କିଏ ନଗଦ ଆକାରରେ ଦେଇଛନ୍ତି ତ କିଏ ବିଭିନ୍ନ ଦାମୀ ଉପହାର ଦେଇଛନ୍ତି । ଅର୍ଚ୍ଚନା ତାଙ୍କ ଘର ଇଣ୍ଟେରିୟର ଡିଜାଇନରେ କୋଟି କୋଟି କୋଟି ଖର୍ଚ୍ଚ କରିଥିଲା । ଚଢ଼ଉ ସମୟରେ କିଛି କାଗଜପତ୍ର ଓ ଦାମୀ ଉପକରଣ ବିଲ୍ ବି ଜବତ ହୋଇଥିଲା । ସେ ସବୁ ବିଲ୍ ଯାଞ୍ଚ କରି ବିଭିନ୍ନ ସୋରୁମ୍ରେ ପହଞ୍ଚିଛି ଇଡି । କିଛି ସାମଗ୍ରୀ ବାହାର ରାଜ୍ୟରୁ ଆସିଛି । ରାଜସ୍ଥାନ, ଦିଲ୍ଲୀ ଓ ମୁମ୍ବାଇରୁ କିଛି ସୋରୁମ୍ରେ ଇଡି ଯାଞ୍ଚ କରିଛି । ବିଲ୍ ନମ୍ବର ଜରିଆରେ ଉକ୍ତ ଜିନିଷ କେମିତି କିଣା ଯାଇଛି ଓ କିଏ କିଣିଛି ଯାଞ୍ଚ ଚାଲିଛି । ନଗଦ ନାଁ ଅନ୍ଲାଇନ୍ କାରବାର ହୋଇଛି ସେ ତଥ୍ୟ ଖୋଜା ଯାଉଛି । ଏସବୁ ଯାଞ୍ଚ ସମୟରେ ରାଜଧାନୀର ଏକ ତାରକା ହୋଟେଲ୍ ମାଲିକଙ୍କ ଲିଙ୍କ୍ ପାଇଛି ଇଡି । ତାଙ୍କୁ ମଧ୍ୟ ଇଡି ସମନ କରିଛି । ଅନ୍ୟପଟେ ଖଗେଶ୍ୱରକୁ ପୁଣି ୩ ଦିନିଆ ରିମାଣ୍ଡରେ ନେଇଛି ଇଡି । ଏହି ସମୟରେ ତାଠୁ ଅଧିକ ତଥ୍ୟ ମିଳିପାରେ । ଆଗକୁ ବଡ଼ ମୁଣ୍ଡ ଟଣା ହେବେ।
Comments are closed.