ରାଉରକେଲା : ରାଉରକେଲା ସ୍ମାର୍ଟସିଟିକୁ କବଳିତ କରୁଛି ଧଳା ଜହର । ଶିକ୍ଷିତ ବେକାର ଯୁବକ, ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ଓ ଅନ୍ୟମାନେ କବଳିତ । ମାଲାମାଲ୍ ହେଉଛନ୍ତି ବେପାରୀ । ତରିକା ବଦଳାଇ ଚାଲୁଛି ବେପାର । ଟେର୍ ପାଉ ନାହାନ୍ତି ପୁଲିସ । ରାଉରକେଲା ସହରର ନୂଆ ବସ୍ଷଫାଣ୍ଡ, ଷ୍ଟେସନ ଏରିଆ, ଡେଲିମାର୍କେଟ, ସିଭିଲଟାଉନସିପ୍ ଏରିଆ, ପାନପୋଷ ସମେତ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଚୋରାରେ ଏସବୁ ନିଶା ସାମଗ୍ରୀ ବେଧଡକ ବିକ୍ରି ଚାଲିଛି । କେଉଁଠି ଛୋଟ ଛୋଟ ପୁଡିଆ କରି ତ ଅନ୍ୟ କେଉଁଠି ସିଗାରେଟ୍ ଭିତରେ ଭର୍ତ୍ତି କରି ବିକୁଛନ୍ତି । ଗୋଟିଏ ଗ୍ରାମ୍ ବ୍ରାଉନ୍ ସୁଗାରକୁ ୧୦ରୁ ଅଧିକ ପ୍ୟାକେଟ୍ କରାଯାଉଛି । ପ୍ରତ୍ୟେକ ପ୍ୟାକେଟ୍ ପିଛା ୩୦୦ ଟଙ୍କାରେ ବିକୁଛନ୍ତି । ଅନୁରୂପ ଭାବେ ବ୍ରାଉନସୁଗାର ସିଗାରେଟ୍ ଗୋଟାକୁ ୩୦୦ରୁ ୪୦୦ ଟଙ୍କାରେ ବିକ୍ରିହେଉଛି । ଅନେକ ଭିଡ଼ି ସ୍ଥାନ ମାନଙ୍କରେ ଉପଲବ୍ଧ ହେଉଛି । ଏପରିକି ଛକ ସ୍ଥାନରେ ଥିବା ଛୋଟ ଛୋଟ ପାନ ଦୋକାନ, ହୋଟେଲ, ଜଳଖିଆ ଓ ଚା’ ଦୋକାନରେ ମିଳୁଛି ।
ଗତ ତିନି ମାସ ମଧ୍ୟରେ ପ୍ଲାଣ୍ଟସାଇଟ୍ ପୁଲିସ ବ୍ରାଉନ୍ସସୁଗାର ବେପାରୀ ଗ୍ୟାଙ୍ଗର ୭ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ଏମାନଙ୍କ ନିକଟରୁ ମୋଟ ୧୦୧.୪୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଅନ୍ୟମାନେ ପୁଲିସକୁ ଖୋଲାଖୋଲି ଚାଲେଞ୍ଜ କରି ଧଳା ଜହର ବିକୁଛନ୍ତି । ବ୍ରାଉନଗର ସୁଗାରର କାରବାର ଚେର ଲମ୍ବିଛି ରାଉରକେଲାରୁ କୋଲକାତା ଓ ମୁମ୍ବାଇ । ଯେଉଁଠୁ ବେପାରୀମାନେ ବ୍ରାଉନ୍ସସୁଗାର କିଣି ବସ୍, ଟ୍ରେନ୍ ଯୋଗେ ପହଁଚି ଯାଉଛନ୍ତି ରାଉରକେଲାରେ । ପରେ ସେଗୁଡ଼ିକୁ ଦାମ୍ ଅନୁଯାୟୀ ଛୋଟ ଛୋଟ ପ୍ୟାକେଟ୍ କରାଯାଉଛି । ପରେ ସେସବୁ ପ୍ୟାକେଟକୁ ଛୋଟ ଛୋଟ ପାନ ଦୋକାନରେ ପହଞ୍ଚାଇ ଦିଆଯାଉଛି । ଠିକଣା ଜାଣିଥିବା ନିଶାଖୋରମାନେ ଏସବୁ ସ୍ଥାନରେ ପହଞ୍ଚି ସଂଗ୍ରହ କରି ନେଉଛନ୍ତି । ଏମିତି ଚାଲିଛି ଧଳା ଜହର କାରବାର ।
ଗତ ଜୁଲାଇ ୮ରେ ପୁଲିସ ତିନି ଜଣ ବ୍ରାଉନସ୍ସୁଗାର ବେପାରୀକୁ ଗିରଫ କରିଥିଲା । ଏମାନଙ୍କ ନିକଟରୁ ୧୮.୩୨ ଗ୍ରାମ୍ ଓଜନର ବ୍ରାଉନ୍ସସୁଗାର ଜବତ ହୋଇଥିଲା । ଗତ କିଛି ମାସ ଧରି ସହରର ଷ୍ଟେସନ ଏରିଆ, ନୂଆ ବସଷ୍ଟାଣ୍ଡ, ଡେଲିମାର୍କେଟ, ରାଉରକେଲା ମୁଖ୍ୟ ମାର୍କେଟ ସମେତ ଜନଗହଳିପୂର୍ଣ୍ଣ ସ୍ଥାନରେ ଧଳା ଜହର ବିକୁଥିଲେ । ଧଳା ଜହର କାରବାର ମାଷ୍ଟରମାଇଣ୍ଡ ଯେ ପର୍ଯ୍ୟନ୍ତ ପୁଲିସ ପrାରେ ନ ପଡିଛି, ସେ ପର୍ଯ୍ୟନ୍ତ ନିଶା କାରବାରୁ ରୋକିବା କଷ୍ଟକର । ଦିଗଭ୍ରଷ୍ଟ ହେଉଥିବେ ଯୁବପିଢ଼ି ଓ ଇଞ୍ଜିନିୟରିଂ ଛାତ୍ର । ଜିଲ୍ଲା ପୁଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ଏମାନଙ୍କ ଉପରେ କଡା ନଜର ରଖିଲେ ସ୍ମାର୍ଟ ସିଟିରେ ଦିନକୁ ଦିନ ବଢ଼ି ଚାଲିଥିବା ଧଳା ଜହର କାରବାକୁ ରୋକାଯାଇପାରିବ ବୋଲି ମତ ପ୍ରକାଶ ପାଉଛି ।
Comments are closed.