ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଜିତିବା ପରେ କିଏ ହେବ କଂଗ୍ରେସ ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ I ଏନେଇ ଆଜି ଅପରାହ୍ନ ପ୍ରାୟ ୩ଟାରେ ଶିମଲାର କଂଗ୍ରେସ ମୁଖ୍ୟାଳୟ ରାଜୀବ ଭବନ ପରିସରରେ ବିଧାୟକ ଦଳ ବୈଠକ ବସିବ। I ପ୍ରଥମେ ଦଳ ଚଣ୍ଡିଗଡ଼ରେ ବିଧାୟକମାନଙ୍କ ବୈଠକ ଡାକିଥିଲା। କିନ୍ତୁ ହିମାଚଳରେ ଦଳକୁ ସ୍ପଷ୍ଟ ବହୁମତ ମିଳିବାପରେ ଏହା ଯୋଜନା ବଦଳାଇ ସିମଲାରେ ବୈଠକ ଡକାଯାଇଛି।
୬୮ ଆସନ ବିଶିଷ୍ଟ ହିମାଚଳପ୍ରଦେଶ ବିଧାନସଭା ଆସନରୁ କଂଗ୍ରେସ ୪୦ଟି ଜିତି ସଂଖ୍ୟା ଗରିଷ୍ଠ ହାସଲ କରିଛି। ଫଳରେ କଂଗ୍ରେସ ସରକାର ଗଠନ ନେଇ ସ୍ପଷ୍ଟ ହୋଇଛି। ସମସ୍ତ ୪୦ ଜଣ ବିଧାୟକ ଏହି ବୈଠକରେ ସେମାନଙ୍କର ନେତା ଚୟନ କରିବେ। ବିଧାୟକଙ୍କ ପସନ୍ଦ ବ୍ୟତୀତ କେବଳ ହାଇକମାଣ୍ଡଙ୍କ ଅନୁମୋଦନ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ ହେବ। କୁହାଯାଉଛି ଯେ ବିଧାୟକମାନେ କେନ୍ଦ୍ରୀୟ ହାଇକମାଣ୍ଡଙ୍କ ଉପରେ ମୁଖ୍ୟମନ୍ତ୍ରୀ ଚୟନ କରିବାର ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଛାଡ଼ିପାରିବେ |
ସାରା ଦେଶରେ ମୋଦି ମ୍ୟାଜିକ ଚାଲି ଥିବାବେଳେ,ହିମାଚଳ ପ୍ରଦେଶ ଜନତା କିନ୍ତୁ ନିଜର ୫ ବର୍ଷିଆ ସତ୍ତା ପରିବର୍ତନ ଧାରାକୁ ବଜାୟ ରଖିଛନ୍ତି I ବର୍ତ୍ତମାନ କଂଗ୍ରେସ ହିମାଚଳ ପ୍ରଦେଶ ଦଖଲ କରିଥିଲେ ମଧ୍ୟ କିଏ ହେବେ ମୁଖ୍ୟମନ୍ତ୍ରୀ ସେ ନେଇ ଚାଲିଛି ମାନସମନ୍ଥନ । ଏଥିପାଇଁ ଚର୍ଚ୍ଚାରେ ରହିଛି ୩ ବରିଷ୍ଠ କଂଗ୍ରେସ ନେତା ସୁଖବିନ୍ଦର ସିଂ, ମୁକେଶ ଅଗ୍ନିହୋତ୍ରି, ପ୍ରତିଭା ସିଂଙ୍କ ନାଁ ।
ପ୍ରତିଭା ସିଂ ହେଉଛନ୍ତି ହିମାଚଳ ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ପତ୍ନୀ ତଥା କଂଗ୍ରେସ ରାଜ୍ୟ ସଭାପତି ଇ ପ୍ରତିଭାଙ୍କ ସମର୍ଥକମାନେ ସିଏମ୍ ପଦକୁ ନେଇ ଲବି ଆରମ୍ଭ କରିଛନ୍ତି I ଶୁକ୍ରବାର ଦିନ ଓବରୋଇ ସେସିଲ ହୋଟେଲ ବାହାରେ ଏକତ୍ରିତ ହୋଇ ନିର୍ବାଚନପର୍ଯ୍ୟବେକ୍ଷକ ଥିବା ଭୁପେଶ ବାଗେଲଙ୍କ ଶୋଭାଯାତ୍ରା ବେଳେ ପ୍ରତିଭାଙ୍କ ସପକ୍ଷରେ ନାରାବାଜି କରିଥିବାର ଦେଖା ଯାଇଥିଲା I
ଅନ୍ୟପକ୍ଷରେ କଂଗ୍ରେସ ରାଜ୍ୟ ସଭାପତି ପ୍ରତୀଭା ସିଂ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ସନ୍ଧ୍ୟାରେ ସମସ୍ତଙ୍କ ସହ ଆଲୋଚନା ହେବ। ସେ କହିଛନ୍ତି ଯେ ଦଳରେ କୌଣସି ଗୋଷ୍ଠୀ ସମସ୍ୟା ନାହିଁ । ସମସ୍ତେ ଆମ ସହିତ ଅଛନ୍ତି I ସୂଚନାଯୋଗ୍ୟ, ଗୁରୁବାର ନିର୍ବାଚନରେ ଜିତିବା ପରେ ଏକ ପ୍ରଶ୍ନର ଉତ୍ତରରେ ପ୍ରତୀଭା ସିଂ କହିଛନ୍ତି, ମୁଁ ସିଏମ୍ ପଦ ପାଇଁ ଦୋୖଡରେ ନାହିଁ। କିନ୍ତୁ, ଏହି ନିର୍ବାଚନ ସ୍ବର୍ଗତଃ ବିରଭଦ୍ରଙ୍କ ନାମରେ ଲଢା ଯାଇଥିଲା ଏହି ସମୟରେ ତାଙ୍କ ପରିବାରକୁ ଅଣଦେଖା କରାଯାଇପାରିବ ନାହିଁ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ମୁକେଶ ଅଗ୍ନିହୋତ୍ରୀ କହିଛନ୍ତି ଯେ ମୋର ନେତା ରାହୁଲ ଗାନ୍ଧୀ ମୋତେ ୫ ବର୍ଷ ପୂର୍ବେ ବିଧାନସଭା ଦଳର ନେତା କରିଥିଲେ ଏବଂ କହିଥିଲେ ଯେ ସେ ଆପଣଙ୍କୁ ଜଣେ ନେତା କରିଛନ୍ତି। ଆପଣଙ୍କୁ ଜିତିବାକୁ ପଡିବ I ଆମେ ମିଶନ୍ ସମାପ୍ତ କରିଛୁ I ମୋତେ ଜିତିବାର ଦାୟିତ୍ୱ ଦିଆଯାଇଥିଲା ଏବଂ ମୁଁ ମୁଁ ମିଶନ ସମାପ୍ତ କଲି I ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କିଏ ହେବ କୌଣସି ନିଷ୍ପତ୍ତି ହୋଇନାହିଁ। ସମସ୍ତ ବିଧାୟକ ଏକ ସ୍ୱରରେ ହାଇ କମାଣ୍ଡ ଙ୍କ ନିକଟରେ ନିଜ ମତ ରଖିବେ I ଆମେ ସମସ୍ତଙ୍କୁ ସାଙ୍ଗରେ ନେଇ ହୈ କମାଣ୍ଡଙ୍କ ନିକଟକୁ ଯିବୁ Iଅପରାହ୍ନ ୪ ଟା ବୈଠକ ପରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଜଣ ପଡିବ I
Comments are closed.