ଡ. ସୁନୀତି ମୁଣ୍ଡ୍‌ଙ୍କୁ କାହିଁକି ଭୁବନେଶ୍ୱର ମେୟର ପ୍ରାର୍ଥୀ ବାଛିଲା ବିଜେପି?

ଭୁବନେଶ୍ୱର: କିଏ ହେବେ ବିଜେପିର ମେୟର ପ୍ରାର୍ଥୀ, ଏନେଇ ବିଭିନ୍ନ ଚର୍ଚ୍ଚା ଲାଗିରହୁଥିଲା । ଏସବୁ ସସପେନ୍ସର ଅନ୍ତ ଘଟିଛି । ଡ. ସୁନୀତି ମୁଣ୍ଡ୍‌ ହେଲେ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ । ଏନେଇ ଘୋଷଣା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାମ୍ବାଦିକ ସମ୍ମିଳନୀ କରି ସାଂସଦ ଏହି ଘୋଷଣା କରିଛନ୍ତି । ତେବେ ସୁନୀତିଙ୍କୁ କାହିଁକି ପସନ୍ଦ କଲେ ବିଜେପିର ହେଭିେୱଟ୍‌ ନେତା । ଏନେଇ ଅନେକ ପ୍ରଶ୍ନ ଆସୁଥିବା ବେଳେ ସୁନୀତିଙ୍କୁ ପ୍ରାର୍ଥୀ କରିବାର କାରଣ କଣ, ଏକଥା ମଧ୍ୟ ବିଜେପି କହିଛି ।

ଏନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଆମେ ପାଖାପାଖି ୨୫ ଦରଖାସ୍ତକୁ ନେଇ ଆଲୋଚନା କରିଥିଲୁ । ଶେଷରେ ଡକଫର ସୁନୀତି ମୁଣ୍ଡଙ୍କୁ ମେୟର ପ୍ରାର୍ଥୀ ପାଇଁ ବାଛିଥିଲୁ । ସେ ସାହିତ୍ୟ କ୍ଷେତ୍ରରୁ ଆସିଛନ୍ତି । ଭୁବନେଶ୍ୱର ପାଇଁ ଜଣେ ଉଚ୍ଚଶିକ୍ଷିତା ମହିଳା ଆମେ ଚାହୁଁଥିଲୁ । କେବଳ ସେତିକି ନୁହେଁ, ଭୁବନେଶ୍ୱରେ ସ୍ଥାୟୀ ଭାବେ ରହୁଥିବା ଜଣେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବା ପାଇଁ ଆମେ ନିଷ୍ପତ୍ତି ନେଇଥିଲୁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଡକଫର ସୁନୀତି ମୁଣ୍ଡ୍‌ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏମଏ ପାସ୍‌ କରିଛନ୍ତି । ଇଗ୍ନୋଉ ଓ ଆଇଆଇଏମ୍‌ରୁ ସେ ଡିପ୍ଲୋମା କରିଛନ୍ତି । ସେ ଜଣେ ସାହିତ୍ୟକ ଓ ସାମ୍ବାଦିକତା କ୍ଷେତ୍ରରେ କାମ କରିଛନ୍ତି ।

ତା’ ଛଡା ସେ ୱାର୍ଦ୍ଧାରୁ ହିନ୍ଦୀ ରତ୍ନରେ ଉପାଧି ପାଇଛନ୍ତି । ସେ ଫିଲ୍ମ ଜଗତ ସହିତ ଜଡ଼ିତ ଅଛନ୍ତି । ସେ ମିଡିଆ ସହିତ ଯୋଡ଼ି ହୋଇ ଅନେକ କାମ କରିଛନ୍ତି । ଟିଭି ତଥା ବିଭିନ୍ନ ସିରିୟଲ ପ୍ରଡକ୍ସନରେ ମଧ୍ୟ ପରିଚୟ ରହିଛି । ପାଖାପାଖି ସେ ୨୮ଟି ପୁସ୍ତକ ଲେଖିଛନ୍ତି । ଆମେ ଗର୍ବିତ, ଭୁବନେଶ୍ୱର ପୌରାଞ୍ଚଳରୁ ସେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ।

Comments are closed.