ପୁରାଣରେ କାର୍ତ୍ତିକ ମାସ ସର୍ବୋତ୍ତମ ଏବଂ ପବିତ୍ର ବୋଲି ବିବେଚନା କରାଯାଏ । ଏହି ମାସରେ ଭଗବାନ ବିଷ୍ଣୁ ୪ ମାସ ଯୋଗ ନିଦ୍ରା ପରେ ଜାଗ୍ରତ ହୋଇଥାନ୍ତି । ଏହି ପବିତ୍ର ମାସରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜାପାଠ କରାଯାଇଥାଏ । କରଭା ଚୌଥ, ଦୀପାବଳି, ତୁଲସୀ ବିବାହ ସମେତ ଅନେକ ଉପବାସ ଏବଂ ପର୍ବ ଏହି ମାସରେ ପାଳନ କରାଯାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ଅକ୍ଷୟ ନବମୀ ବା ଅଁଳା ନବମୀ ଅନ୍ୟତମ । ହିନ୍ଦୁ ଧର୍ମ ଅନୁସାରେ,କାର୍ତ୍ତିକ ମାସରେ ଶୁକ୍ଲପକ୍ଷ ନବମୀକୁ ଅଁଳା ନବମୀ ବା ଅକ୍ଷୟ ନବମୀ ଭାବରେ ପାଳନ କରାଯାଏ । ଏହି ଦିନ ଅଁଳା ଗଛକୁ ପୂଜା କରିବାର ନିୟମ ରହିଛି । ଏହାସହ ଗଛ ତଳେ ବସି ଖାଦ୍ୟ ଖାଇବା ମଧ୍ୟ ଏକ ନିୟମ ଅଛି ।
କିମ୍ବଦନ୍ତୀ ଅନୁଯାୟୀ, ଥରେ ମାତା ଲକ୍ଷ୍ମୀ ପୃଥିବୀକୁ ଭ୍ରମଣରେ ଆସିଥିଲେ । ବାଟରେ ତାଙ୍କ ମନରେ ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ଏକାଠି ପୂଜା କରିବାର ଇଚ୍ଛା ଜାଗ୍ରତ ହୋଇଥିଲା । ମାତା ଲକ୍ଷ୍ମୀ ବିଷ୍ଣୁ ଏବଂ ଶିବଙ୍କୁ କିପରି ଏକତ୍ର ପୂଜା କରାଯାଇପାରିବ ସେ ବିଷୟରେ ଚିନ୍ତା କରିଥିଲେ । ତୁଲସୀ ହେଉଛି ଭଗବାନ ବିଷ୍ଣୁଙ୍କର ପ୍ରିୟ ଏବଂ ବେଲ ପତ୍ର ମାଧ୍ୟମରେ ଭଗବାନ ଶିବଙ୍କୁ ଆରାଧନା କରାଯାଏ । ତେବେ ତୁଳସୀ ଓ ବେଲର ଗୁଣ ଅଁଳା ପାଖରେ ରହିଛି । ଏଣୁ ମାତା ଅଁଳାକୁ ଗଛକୁ ପୂଜା କରିବା ପାଇଁ ଚିନ୍ତା କଲେ । ମାତା ଲକ୍ଷPୀଙ୍କ ପୂଜାରେ ସ;ୁଷ୍ଟ ହୋଇ ବିଷ୍ଣୁ ଏବଂ ଶିବ ଉପସ୍ଥିତ ହୋଇଥିଲେ । ମାତା ଲକ୍ଷ୍ମୀ ଅଁଳା ଗଛ ତଳେ ଖାଦ୍ୟ ପ୍ରସ୍ତୁତ କରି ବିଷ୍ଣୁ ଏବଂ ଭଗବାନ ଶିବଙ୍କୁ ପରସିଥିଲେ । ଏହା ପରେ ସେ ନିଜେ ଖାଦ୍ୟ ଖାଇଲେ, ଯେଉଁ ଦିନ ମାତା ଲକ୍ଷ୍ମୀ ଶିବ ଏବଂ ବିଷ୍ଣୁଙ୍କୁ ପୂଜା କରିଥିଲେ, ସେହି ଦିନ କାର୍ତ୍ତିକ ଶୁକ୍ଲ ନବମୀ ତିଥି ଥିଲେ । ସେବେଠାରୁ କାର୍ତ୍ତିକ ଶୁକ୍ଲର ନବମୀରେ ଅଁଳା ନ ବମୀ ବା ଅକ୍ଷୟ ନବମୀ ଭାବରେ ପାଳନ କରାଯାଇଥିଲା ।
ଅଁଳା ନବମୀର ମହତ୍ୱ
ଶାସ୍ତ୍ରରେ ଅଁଳା ବୃକ୍ଷକୁ ଶ୍ରେଷ୍ଠ ବୋଲି କୁହାଯାଇଛି । କୁହାଯାଏ ଯେ ଅଁଳା ଗଛର ମୂଳରେ ଭଗବାନ ବିଷ୍ଣୁ, ଅଗ୍ରଭାଗରେ ଭଗବାନ ବ୍ରହ୍ମା, ସ୍କନ୍ଦାରେ ରୁଦ୍ର, ଶାଖାରେ ମୁନିଗଣ, ପତ୍ରରେ ବାସୁ, ଫୁଲରେ ମାରୁଦଗଣ ଏବଂ ଫଳରେ ପ୍ରଜାପତି ବାସ କରନ୍ତି । ଏଣୁ ଅଁଳା ନବମୀରେ ଅଁଳାଗଛକୁ ପୂଜା କଲେ ପାପ ନଷ୍ଟ ହୋଇଯାଏ । ଧନ, ସମ୍ପତ୍ତି, ବିବାହ, ସନ୍ତାନ, ବିବାହିତ ଜୀବନ ସହିତ ଜଡିତ ସମସ୍ୟା ବ୍ୟକ୍ତିଙ୍କ ଜୀବନରୁ ଶେଷ ହୁଏ ଓ ମାତା ଲକ୍ଷ୍ମୀଙ୍କ କୃପା ଅର୍ଜନ ହୋଇଥାଏ ।
Comments are closed.