କାହିଁକି ପାଳନ ହୁଏ ନର୍କ ବା ଭୁତ ଚତୁର୍ଦଶୀ

ଧାର୍ମିକ ବିଶ୍ୱାସ ଅନୁଯାୟୀ,ନର୍କ ଚତୁର୍ଦଶୀ ବା ଭୁତ ଚତୁର୍ଦଶୀ ଦୀପାବଳି ପୂର୍ବ ଦିନ ପଡେ I ଏହି ଦିନ ଧନ୍ଵନ୍ତରୀ ଜୟନ୍ତୀ ପାଳନ ହେଉଥିବାରୁ ଏହାକୁ ଧନତେରାସ ମଧ୍ୟ କୁହାଯାଏ I ଏହି ବର୍ଷ ୨୩ ଅକ୍ଟୋବରରେ ନର୍କ ଚତୁର୍ଦଶୀ ପାଳନ କରାଯାଉଛି I ଏହାକୁ କାଳୀ ଚୋୖଦସ, ବା ଛୋଟି ଦିୱାଲୀ ବୋଲି କୁହାଯାଏ I କାର୍ତିକ ମାସରେ କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥିକୁ ନର୍କ ଚତୁର୍ଦଶୀ କୁହାଯାଏ I ପଣ୍ଡିତ ଇନ୍ଦ୍ରମଣି ଘନଶ୍ୟାଲ ଙ୍କ ଅନୁସାରେ ଏହିଦିନ ଯମରାଜଙ୍କୁ ପୂଜା କରାଯାଏ। ଏହା ପଛରେ ଏକ କିମ୍ବଦନ୍ତୀ ଅଛି I

ନରକ ଚତୁର୍ଦଶୀ କିପରି ପାଳନ କରାଯାଏ?
ଦୀପାବଳିର ଗୋଟିଏ ଦିନ ପୂର୍ବରୁ ନରକ ବା ଭୁତ ଚତୁର୍ଦଶୀ ପାଳନ କରାଯାଏ I ଏହି ଦିନ ଲୋକମାନେ ସନ୍ଧ୍ୟା ପରେ ନିଜ ଘରେ ଦୁଆରମୁହଁରେ ଦକ୍ଷିଣ ଦିଗକୁ ମୁହଁ କରି ଅଟାରେ ଦୀପ ତିଆରି କରି ଯମରାଜାଙ୍କ ଉଦ୍ଦେଶ୍ୟରେ ଜଳାଇଥାନ୍ତି ଏବଂ ଯମରାଜ ପୂଜା କରନ୍ତି I ଏହି ସମୟରେ, ଅକାଳ ମୃତ୍ୟୁକୁ ଏଡ଼ାଇବା ପାଇଁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରାଯାଏ I ବିଶ୍ୱାସ ରହିଛି ଯେ ନର୍କ ଚତୁର୍ଦଶୀ ଦିନ ଘରର ମହିଳାମାନେ ଅଟା ନିର୍ମିତ ଚାରି ମୁଖର ଦୀପ ତିଆରି କରି ଏହି ଦିନ ରାତିରେ ଦୀପରେ ତେଲ ଏବଂ ଚାରିଟି ବତୀ ଦେଇ ଜଳାଇ ଥାନ୍ତି I ଘରର ସବୁଠାରୁ ଗୁରୁଜନ ସଦସ୍ୟ ଏହି ଦୀପ ଜଳାଇଥାନ୍ତି ଇ ଦୀପକୁ ପ୍ରଥମେ ଘର କୋଣ ଗୁଡିକରେ ବୁଲାଇ ଆଣି ଏହାକୁ ଘରର ଗେଟ ପାଖରେ ଦକ୍ଷିଣ ଆଡକୁ ମୁହଁ କରି ରଖି ଦିଆ ଯାଏ ଇ ଏହି ସମୟରେ ଘରର ଅନ୍ୟ ସଦସ୍ୟ ମାନେ ଏହାକୁ ଦେଖିବା ଅନୁଚିତ ବୋଲି ନିୟମ ରହିଛି I ଏହି ଦିନ ତିଳ ତେଲ ତେଲରେ ଦୀପ ଜଳାଯାଇଥାଏ I ଏହା ପରେ, ବିଧି ବିଧାନ ମୁତାବକ ପୂଜା କରାଯାଇଥାଏ Iଦୀପ ଜାଳିବା ସମୟରେ ଦକ୍ଷିଣ ଦିଗ ଆଡକୁ କରି ‘ମିତ୍ରୁନମ୍ ଦାଣ୍ଡପାଶଭାୟମ୍ କାଲେନ୍ ଶ୍ୟାମାୟା ସାହା’ I ଏହି ମନ୍ତ୍ର ଜପ କରିବା ସମୟରେ ତ୍ରୟୋଦୟ ଦୀପଦନତ ସୂର୍ଯ୍ୟଜା ପ୍ରିୟମ ମାମ ‘ପୂଜା କରନ୍ତି। ଏହିଦିନ ଯମରାଜାଙ୍କୁ ପୂଜା କଲେ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି I

ନରକ ଚତୁର୍ଦଶୀ ର ଶୁଭ ସମୟ
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷର ଚତୁର୍ଦଶୀ ତିଥି ୨୩ ଅକ୍ଟୋବର ସନ୍ଧ୍ୟା ୬ .୦୩ ରେ ଆରମ୍ଭ ହୋଇ ଅକ୍ଟୋବର ୨୪ ରେ ଅପରାହ୍ନ ୫ :୨୭ ରେ ଶେଷ ହେବ। ଏହିଦିନ ଦୀପ ଜଳାଇବାର ଶୁଭ ମୁହୂର୍ତ୍ତ ହେଉଛି ୨୩ ଅକ୍ଟୋବରରେ ସକାଳ ୧୧ .୪୦ ରୁ ୨୪ ଅକ୍ଟୋବରରେ ୧୨ .୩୧ ପର୍ଯ୍ୟନ୍ତ I

ଭୁତ ଚତୁର୍ଦଶୀର ମହତ୍ତ୍ୱ
କିମ୍ବଦନ୍ତୀ ଅନୁଯାୟୀ, ନରକାସୁର ନାମକ ଏକ ଅସୁର ସମସ୍ତ ଦେବତାଙ୍କୁ ହଇରାଣ କରିବାକୁ ଲାଗିଲା। ତାର ଅଲୌକିକ ଶକ୍ତି ହେତୁ ତା ସହ ଲଢ଼ିବା କାହାର ନିୟନ୍ତ୍ରଣରେ ନଥିଲା। ଫଳରେ ଦିନକୁ ଦିନ ନରକାସୁରର ଉତ୍ପୀଡ଼ନ ବୃଦ୍ଧି ପାଇଲା I ତା’ପରେ ସମସ୍ତ ଦେବତା ଭଗବାନ କୃଷ୍ଣଙ୍କ ନିକଟରେ ପହଞ୍ଚିଲେ। ସମସ୍ତ ଦେବତାଙ୍କ ଅବସ୍ଥା ଦେଖି ଶ୍ରୀକୃଷ୍ଣ ସେମାନଙ୍କୁ ସାହାଯ୍ୟ ବାହାରିଲେ I କିନ୍ତୁ ନରକାସୁର
ଅଭିଶାପ ପାଇଥିଲI ଯେ ସେ ଜଣେ ମହିଳାଙ୍କ ହାତରେ ମରିବ I ତା’ପରେ ଭଗବାନ କୃଷ୍ଣ ତାଙ୍କ ପତ୍ନୀଙ୍କ ସାହାଯ୍ୟରେ କାର୍ତ୍ତିକ ମାସରେ କୃଷ୍ଣ ପକ୍ଷର ଚତୁର୍ଦଶୀ ତିଥିରେ ତାକୁ ବଦ୍ଧ କରିଥିଲେ I ନରକାସୁର ର ମୃତ୍ୟୁ ପରେ ସେ ବନ୍ଧକ ରଖିଥିବା ୧୬ ହଜାର ପତ୍ନୀ ମୁକ୍ତ ହୋଇଥିଲେ ଇ ଶ୍ରୀକୃଷ୍ଣ ଙ୍କ ଦ୍ୱାରା ମୁକ୍ତି ପାଇଥିବାରୁ ଏହି ୧୬ ହଜାର ପତ୍ନୀ ଶ୍ରୀକୃଷ୍ଣଙ୍କୁ ନିଜର ସ୍ୱାମୀ ରୂପେ ବରଂ କରିଥିଲେ I ଏହି ୧୬ ଯାହାର ପତ୍ନୀ ଶ୍ରୀକୃଷ୍ଣଙ୍କ ପାଟରାଣୀ ରୂପେ ଗଣାଯାଇଥାନ୍ତି I ସେହିପରି ଏହିଦିନ ନରକାସୁର ମରିଥିବାରୁ ଏହି ଚତୁର୍ଦଶୀ ତିଥିକୁ ନର୍କ ଚତୁର୍ଦଶୀ ବା ଭୁତ ଚତୁର୍ଦଶୀ ବୋଲି କୁହାଯାଇଥାଏ I

Comments are closed.