ଗତ ଦୁଇ ବର୍ଷ ତଳେ ଅଷ୍ଟ୍ରେଲିଆର ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ପ୍ରାୟ କୋଟି କୋଟି ଜୀବଜନ୍ତୁଙ୍କ ମୃତୁ୍ୟ ହୋଇଥିଲା । ଏକର ଏକର ଜଙ୍ଗଲ ଜଳି ପାଉଁଶ ହୋଇଯାଇଥିଲା । ଖାସ୍ କରି ବାୟୁମଣ୍ଡଳରେ ଏହି ଜଙ୍ଗଲ ନିଆଁ ବିଶେଷ ପ୍ରଭାବ ପକାଇଥିଲା । ଅଷ୍ଟ୍ରେଲିଆ ଜଙ୍ଗଲରୁ ବାହାରିଥିବା ଧୂଆଁ ଓଜୋନ ସ୍ତରକୁ ବହୁତ କ୍ଷତି ପହଞ୍ଚାଇଛି ।
ନିକଟରେ ବୈଜ୍ଞାନିକମାନେ ପ୍ରାୟ ଦୁଇ ବର୍ଷ ଧରି ଅଧ୍ୟୟନ ତଥା ରିସର୍ଚ୍ଚ କରିବା ପରେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିସର୍ଚ୍ଚରେ କୁହାଯାଇଛି ଯେ ୨୦୧୯ ଏବଂ ୨୦୨୦ରେ ଲାଗିଥିବା ଜଙ୍ଗଲ ନିଆଁରୁ ବାହାରୁଥିବା ଧୂଆଁ ଏବଂ ପ୍ରଦୂଷଣ ଓଜୋନ ସ୍ତରକୁ ପ୍ରାୟ ଏକ ପ୍ରତିଶତ ହ୍ରାସ କରାଇଛି ।
ଏହା ଏତେ ବଡ଼ ପାଶ୍ୱର୍ ପ୍ରତିକ୍ରିୟା, ଯାହା ପୁନରୁଦ୍ଧାର ପାଇଁ ପ୍ରାୟ ଦଶ ବର୍ଷ ସମୟ ଲାଗିବ । ଅର୍ଥାତ ଓଜୋନ ସ୍ତରର ଏକ ପ୍ରତିଶତ କ୍ଷତିକୁ ପୂରଣ କରିବାରୁ ସମ୍ପୂର୍ଣ୍ଣ ୧୦ ବର୍ଷ ଲାଗିବ । ଏହି ରିପୋର୍ଟ ନିକଟରେ ପ୍ରୋସିଡିଙ୍ଗ୍ସ ଅଫ୍ ନାସନାଲ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶିତ ହୋଇଛି । ତେବେ ଆହୁରି ମଧ୍ୟ ଅଧ୍ୟୟନରେ ଉଲ୍ଲେଖ କରାଯାଇଛି, ଯଦି ଏପରି ଭାବେ ଜଙ୍ଗଲରେ ନିଆଁ ଲାଗିବା ଜାରି ରୁହେ, ତେବେ ଜଳବାୟୁ ସଙ୍କଟ କେବେ ବି ଶେଷ ହେବ ନାହିଁ ।
ଏଥିସହ ଓଜୋନ ସ୍ତରର ପୁନରୁଦ୍ଧାର ସମୟ ବଢ଼ି ବଢ଼ି ଚାଲିବ । ବୈଜ୍ଞାନିକମାନେ ଯେତେବେଳେ ଅଷ୍ଟ୍ରେଲିଆ ଜଙ୍ଗଲ ଅଗ୍ନିକାଣ୍ଡର ସାଟେଲାଇଟ୍ ଅଧ୍ୟୟନ କରିବାରୁ ଜଣାପଡ଼ିଲା ଯେ ଧୂଆଁର ଏୟରୋସୋଲ ଷ୍ଟ୍ରାଟୋସ୍ପିୟରରେ ଥିବା ନାଇଟ୍ରୋଜେନକ ରିଆକଫ କରିଛି । ଏହି କାରଣରୁ ଯେଉଁ ରାସାୟନିକ ପ୍ରକ୍ରିୟା ହୋଇଛି, ଏଥିରୁ ଓଜୋନ ସ୍ତରର ଘନତ୍ୱ ହ୍ରାସ ପାଇଛି ।
Comments are closed.