ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାବିଶଙ୍କ ପତ୍ନୀଙ୍କ ଫଟୋ ସେୟାର କଲେ ନବାବ: ଫଡନାବିଶ କହିଲେ- ଦୀପାବଳି ପରେ ବୋମା ଫୁଟାଇବି
ମହାରାଷ୍ଟ୍ର: ନଭେମ୍ବର ୦୧: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଗିରଫ ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଉଠିଛି । ବର୍ତ୍ତମାନର ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଏଥିପାଇଁ ବହୁ ରାଜନୈତିକ ଲୋକଙ୍କୁ ଦାୟୀ କରିଛନ୍ତି । ପ୍ରଥମେ ସେ ଏନସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରିବା ପରେ ଏବେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ଟାର୍ଗେଟ କରିଛନ୍ତି ।

ଏହିପରି କି ନବାବ ଫଡନବିଶଙ୍କ ପତ୍ନୀ ଅମୃତାଙ୍କର ଫଟୋ ଭାଇରାଲ କରିଛନ୍ତି । ଗତ ୪ ବର୍ଷ ତଳେ ଜୟଦୀପ ରାଣା ନାମକ ବ୍ୟକ୍ତିଙ୍କ ସହ ଅମୃତାଙ୍କ ଫଟୋକୁ ସେୟାର କରିଛନ୍ତି । ସେହି ବ୍ୟକ୍ତି ଜଣେ ଡ୍ରଗ୍ସ ମାଫିଆ ଓ ତାଙ୍କ ସହ ଅମୃତାଙ୍କ ସମ୍ପର୍କ କ’ଣ ରହିଛି ବୋଲି ମନ୍ତ୍ରୀ ତାତ୍ସଲ୍ୟ କରି କହିଛନ୍ତି ।

ଅନ୍ୟପକ୍ଷରେ, ନବାବଙ୍କୁ କଡ଼ା ଜବାବ ଦେଇଛନ୍ତି ଦେବେନ୍ଦ୍ର ଫଡନବିଶ୍ । ଫଡନାବିଶ ଜବାବ୍ରେ କହିଛନ୍ତି- ଏହି ଫଟୋ ୪ ବର୍ଷ ତଳର । ତେବେ ଫଟୋଟି କେମିତି ତାଙ୍କ ଆଖକୁ ଆସିଲା ?
ଏହାସହିତ ଫଡନବିଶ ନବାବଙ୍କୁ ଚେତାବନୀ ଦେଇ କହିଛନ୍ତି- ଅନ୍ୟକୁ ଦୋଷ ଦେଉଥିବା ନବାବଙ୍କର ଅସଲ ଚେହେରା ବି ତାଙ୍କୁ ଜଣାଅଛି । ଅଣ୍ଡରୱାର୍ଲï ସହ ନବାବଙ୍କ ସମ୍ପର୍କ ଥିବା ନେଇ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ରହିଛି । ଦିପାବଳୀ ପରେ ବୋମା ଫୁଟାଇବି ।
ତେବେ ସୂଚନା ଥାଉଯେ, ଦେବେନ୍ଦ୍ର ଫଡନବିଶ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁମ୍ବାଇ ନଦୀ ସଂରକ୍ଷଣ ଅଭିଯାନ ଆରମ୍ଭ ଅନ୍ତର୍ଗତ ମୁମ୍ବାଇ ରିଭର ଆନ୍ଥେମ ଲଞ୍ଚ କରାଯାଇଥିଲା । ଏହି ସମୟରେ ଜୟଦେବ ରାଣା ରିଭର ମାର୍ଚ୍ଚ ସଭ୍ୟ ଭାବେ ସେଠାକୁ ଆସିଥିଲେ, ଏବଂ ଅମୃତାଙ୍କ ସହ ଫଟୋ ଉଠାଇଥିଲେ ।
ସୂଚନା ଅନୁସାରେ ପୂର୍ବରୁ ଡ୍ରଗ୍ସ ମାମଲାରେ ନବାବଙ୍କ ଜ୍ୱାଇଁଙ୍କୁ ମଧ୍ୟ ଏନସିବି ଗିରଫ କରିସାରିଛି ।
Comments are closed.