ରାଜ୍ୟରେ ବଢ଼ୁଛି ଶୀତ, ଉଦୟଗିରିରେ ପ୍ରବଳ ଥଣ୍ଡା

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଶୀତର ଲହର ପ୍ରବେଶ କରୁଛି । ଫଳରେ ଅଧିକାଂଶ ସ୍ଥାନରେ ଶୀତ ପଡ଼ିଛି । ଆଜି ରାଜ୍ୟର ୨୦ଟି ସ୍ଥାନରେ ୧୫ ଡିଗ୍ରି ତଳେ ତାପମାତ୍ରା ରେକର୍ଡ କରାଯାଇଛି । ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ୭.୨ ଡିଗ୍ରୀ ତାପମାତ୍ରା ରହିଛି । ସେଠାରେ ପ୍ରବଳ ଥଣ୍ଡା ହେବା ସହିତ ଅପରାହ୍ନ ସମୟ ପର୍ଯ୍ୟନ୍ତ କୁହୁଡ଼ି ପଡ଼ିରହୁଛି । ସେହିପରି କୋରାପୁଟର ଶିମିଳିଗୁଡ଼ାରେ ୯.୦ ଡିଗ୍ରୀ, ଫୁଲବାଣୀରେ ୧୦.୫ ଡିଗ୍ରୀ, କୋରାପୁଟ, ଭବାନୀପାଟଣା ଓ ଦାରିଙ୍ଗବାଡ଼ିରେ ୧୧.୦ ଡିଗ୍ରୀ, ସୁନ୍ଦରଗଡ଼ର କିରେଇଠାରେ ୧୧.୫ ଡିଗ୍ରୀ, ସମ୍ବଲପୁର ଚିପିଲିମାରେ ୧୨.୫ ଡିଗ୍ରୀ, ଝାରସୁଗୁଡ଼ାରେ ୧୨.୬ ଡିଗ୍ରୀ ତାପମାତ୍ରା ରହିଛି ।

କେନ୍ଦୁଝର ଓ ଦେବଗଡ଼ରେ ୧୩.୦ ଡିଗ୍ରୀ, ହୀାରକୁଦରେ ୧୩.୩ ଡିଗ୍ରୀ, ବୌଦ୍ଧରେ ୧୩.୫ ଡିଗ୍ରୀ, ଭଦ୍ରକର ରାଣୀତାଲଠାରେ ୧୩.୫ ଡିଗ୍ରୀ, ଅନୁଗୁଳ ଓ ସୁନ୍ଦରଗଡ଼ରେ ୧୪.୦ ଡିଗ୍ରୀ, ଢ଼େଙ୍କାନାଳର ମହିଷାଫାଟ ଓ ନୟାଗଡ଼ରେ ୧୪.୫ ଡିଗ୍ରୀ, ସମ୍ବଲପୁର ଏବଂ ସୋନପୁରରେ ୧୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଅନ୍ୟପଟରେ, ଦୈତ୍ୟନଗରୀ କଟକରେ ରାତିର ସର୍ବନିମ୍ନ ତାପମାତ୍ରା ୧୬.୪ ଥିବା ବେଳେ ଭୁବନେଶ୍ୱରରେ ଏହା ୧୬ ଡିଗ୍ରି ସେଲସିଅସ ରେକର୍ଡ କରାଯାଇଛି ।

Comments are closed.