ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାରେ ସାକ୍ଷୀ ଗୁରୁତର

0

ଝାରସୁଗୁଡା : ସଡକ ଦୁର୍ଘଟଣାରେ ମନୁ ପ୍ରସାଦ ଗୁରୁତର । ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁରେ ସାକ୍ଷୀ ରହିଥିଲେ ମନୁ ପ୍ରସାଦ । ଆଜି ସକାଳେ ବେଲପାହାଡ ପୌର ପରିଷଦ ପାଖରେ ମନୁ ବାଇକରେ ଯାଉଥିବା ବେଳେ ଏକ ବଲେରୋ ସହିତ ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। ନବ ଦାସଙ୍କ ଘରେ ଡଗ କେୟାର ଟେକର ଥିଲେ ମନୁ ପ୍ରସାଦ । ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି ବାଇକ ଓ ପିକ୍‌ଅପ୍ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.