ସୁଟକେଶ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର,ଲିଭ-ଇନ-ପାର୍ଟନର ଗିରଫ

ସୁନ୍ଦରଗଡ଼/ମୁମ୍ବାଇ : ସୁଟକେଶ ଭିତରେ ମହିଳାଙ୍କ ମୃତଦେହ I ମୁମ୍ବାଇ କୁର୍ଲା ରେଳ ଷ୍ଟେସନରୁ ଏକ ବନ୍ଦ ଆଟାଚିରୁ ମିଳିଥିଲା ମହିଳାଙ୍କ ମୃତଦେହ I ଉକ୍ତ ଘଟଣାର ଲିଙ୍କ ରହିଛି ଓଡିଶା ସୁନ୍ଦରଗଡ଼ ଜିଲ୍ଲାରେ I ମହିଳାଙ୍କ ହତ୍ୟାକାରୀ ଧରାପଡ଼ିଛନ୍ତି ସେ ହେଉଛନ୍ତି ସଂପୃକ୍ତ ଯୁବତୀଙ୍କ ପ୍ରେମିକ ।

ସୂଚନାନୁସାରେ,ଚଳିତ ମାସ ୧୮ ତାରିଖ ଦିନ ମୁମ୍ବାଇର କୁର୍ଲା ଠାରେ ସୁଟକେସରେ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା । ରାତି ପ୍ରାୟ ୧୨.୩୦ସମୟରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ସୁଟକେସରୁ ମୃତଦେହ ଠାବ କରାଯାଇଥିଲା । ପୋଲିସ୍ ର ତଦନ୍ତ ପରେ ମୃତ ଯୁବତୀଙ୍କ ନାଁ ପ୍ରତିମା କିଶପଟ୍ଟା, ଘର ସୁନ୍ଦରଗଡ ଲେଫ୍ରିପଡ଼ା ଥାନା ବନ୍ଦଲିକାନି ବୋଲି ଜଣା ପଡିଥିଲା । ଏହି ଘଟଣାରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଜଣେ ୨୨ ବର୍ଷୀୟ ଯୁବକକୁ ଗିରଫ କରିଛି I ଅଭିଯୁକ୍ତ ଯୁବକ ହେଲେ ଅସ୍କIର ମନୋଜ ବାର୍ଲା (୨୨)। ଉଭୟ ମନୋଜ ଓ ପ୍ରତିମାଙ୍କ ଘର ସୁନ୍ଦରଗଡ଼ରେ। ମୁମ୍ବାଇରେ ପ୍ରତିମା ଏକ ଆପାର୍ଟମେଣ୍ଟରେ ଘରୋଇ ସହାୟିକା ଭାବେ କାମ କରୁଥିବା ବେଳେ ମନୋଜ ଏକ ମିଠା ଦୋକାନରେ କାମ କରୁଥିଲେ । ମନୋଜ ଏବଂ ପ୍ରତିମା ଏକାଠି ମୁମ୍ବାଇର ଧରାଭି ଅଞ୍ଚଳରେ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ। କରୋନା ସମୟରେ ମୁମ୍ବାଇରେ ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସହ ମନୋଜର ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଇଛି। ମନୋଜ ତାଙ୍କୁ ଅନ୍ୟ ଯୁବକ ସହ ପ୍ରେମ ସମ୍ପର୍କ ରଖିଥିବା ସନ୍ଦେହରେ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି।

Comments are closed.