ମହିଳାଙ୍କୁ ‘ପର୍ମାନେଣ୍ଟ୍‌ କମିସନ୍‌ଦ ଦେବାକୁ ତିନି ସେନା ମୁଖ୍ୟ ରାଜି: ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହିଳାମାନଙ୍କୁ ‘ପର୍ମାନେଣ୍ଟ୍‌ କମିସନ୍‌ଦ ଦେବା ସହ ସେମାନଙ୍କୁ ‘ଏନଡ଼ିଏଦ ଓ ନେଭାଲ୍‌ଏକାଡେମିଦକୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବା ଲାଗି ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ନେଇ ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ଐଶ୍ୱର୍ଯ୍ୟା ଭାଟୀ ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଛନ୍ତି । ସର୍ବୋଚ୍ଚ ଅଦାଲତଙ୍କୁ ସେ କହିଲେ, ମୋ ପାଖରେ ଗୁରୁିତ୍ୱପୂର୍ଣ୍ଣ ଖବର ରହିଛି । ‘ଏନଡ଼ିିଏଦ ଓ ନାଭାଲ୍‌ଏକାଡେମିଦ ଜରିଆରେ ଝିଅମାନଙ୍କୁ ‘ପର୍ମାନେଣ୍ଟ୍‌ କମିସନ୍‌ଦ ଦେବା ପାଇଁ ସେନା ମୁଖ୍ୟମାନେ ଓ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଭାଟୀ ସୁପ୍ରିମ୍‌ କୋର୍ଟଙ୍କୁ ଆହୁରି ମଧ୍ୟ କହିଛନ୍ତି ଯେ, ତିନି ପ୍ରତିରକ୍ଷାବାହିନୀରେ ନାରୀମାନଙ୍କୁ ‘ପର୍ମାନେଣ୍ଟ୍‌ କମିସନ୍‌ଦ ପାଇବା ପାଇଁ ସମର୍ଥ କରାଇବା ଲାଗି ନୀତି ଓ ପଦ୍ଧତି କରାଯାଉଛି । ସୁପ୍ରିମ୍‌ କୋର୍ଟ କହିଲେ, ଦୀର୍ଘ ଦିନ ହେବ ଆମେ ଏ କଥା ବିଚାର କରୁଛୁ । ବିଚାରପତି ଏସ.କେ କୌଲ୍‌ କହିଲେ, ଲିଙ୍ଗଗତ ସାମ୍ୟତାରେ ଶସସ୍ତ୍ରବାହିନୀମାନଙ୍କୁ ଆହୁରି ଅଧିକ କିଛି କରିବାକୁ ପଡ଼ିବ । ସଶସ୍ତ୍ରବାହିନୀର ମୁଖ୍ୟମାନେ ଗ୍ରହଣ କରିଥିବା ନିଷ୍ପତ୍ତିରେ ମୁଁ ଆନନ୍ଦିତ । ସେମାନଙ୍କୁ ବୁଝାଇବାରେ ସମର୍ଥ ହୋଇଥିବାରୁ ଆପଣଙ୍କୁ ଅଭିନନ୍ଦନ । ସୁପ୍ରିମ୍‌ କୋର୍ଟ କହିଲେ ଯେ, ନିଷ୍ପତ୍ତି ନିଆଯାଉଛି ବୋଲି ଗତ ଶୁଣାଣିରେ କହିଥିଲେ ଆମେ ହସ୍ତକ୍ଷେପ କରି ନ ଥାଆ;ୁଛ ସରକାର କଦଣ କରୁଛନ୍ତି, ଭବିଷ୍ୟତରେ କିଭଳି ପଦକ୍ଷେପ ନିଆଯିବ ଏବଂ ଆମ ଠାରୁ କି, ଆଦେଶ ଆବଶ୍ୟକ ହେବ ସେ ସଂକ୍ରାନ୍ତରେ ଆପଣ ଗୋଟାଏ ସତ୍ୟପାଠ ଦାଖଲ କର;ୁ । ଭାରତରେ ନାରୀମାନଙ୍କୁ କେବେ ‘ପର୍ମାନେଣ୍ଟ୍‌ କମିସନ୍‌ଦ ମିଳିବ ତାଦର ସମୟସୀମା ଜଣାଇବା ଲାଗି ସୁପ୍ରିମ୍‌ କୋର୍ଟ କହିଛନ୍ତି ।

Comments are closed.