ମହିଳା ପୂଜକ କରୁଛନ୍ତି ମା’ଙ୍କ ପୂଜା

କଲିକତା: କଲିକତାର ଦୁର୍ଗାପୂଜା ସବୁଠାରୁ ସୂତନ୍ତ୍ର ଓ ନିଆରା । ଏଠାରେ ପୂଜା ସମୟରେ ହେଉଥିବା ପେଣ୍ଡାଲରେ କିଛି ନା କିଛି ନୂଆ ଢଙ୍ଗରେ ମା’ଙ୍କୁ ପୂଜା କରାଯାଇଥାଏ । ତେବେ ଚଳିତ ଥର ଏଠାରେ ପୂରାତନ ପରମ୍ପରାଠାରୁ କିଛି ଭିନ୍ନ କରିବାକୁ ଚେଷ୍ଟା କରାଯାଇଛି । କଲିକତାରେ ଥିବା ୬୬ ପଲି ଦୁର୍ଗା ପୂଜା ମଣ୍ଡଳି ଏଥର ମହିଳା ପଣ୍ଡିତଙ୍କୁ ନେଇ ଦୁର୍ଗା ପୂଜା କରୁଛି । ଏହି ମହିଳା ପୁରୋହିତଙ୍କ ଦଳରେ ୪ଜଣ ସାମିଲ ଅଛନ୍ତି । ସୂଚନା ଅନୁସାରେ ପୂଜା ମଣ୍ଡଳିର ପ୍ରଧାନ ପୂଜକଙ୍କର ଦେହାନ୍ତ ପରେ ମଣ୍ଡଳି ଏଭଳି ନିଷ୍ପତ୍ତି ନେଇଛି । ଏହି ମହିଳା ପୂଜାରୀ ମାନେ ଦେବୀ ମା’ଙ୍କୁ ସମସ୍ତ ବିଧାନ ଅନୁସାରେ ପୂଜା କରିବା ଆରମ୍ଭ କରିସାରିଛନ୍ତି । ଘଟଣାଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହି ପ୍ରୟାସକୁ ପ୍ରଂଶସା କରିଛନ୍ତି । ଏଭଳି କରିବା ଦ୍ୱାରା ଏକ ଜନସଚେତନତା ସୃଷ୍ଟି ହେଉଛି ବୋଲି ଲୋକ ମତ ଦେଉଛନ୍ତି ।

Comments are closed.