ରାଜ୍ୟ କାର୍ଯ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

0

ଭୁବନେଶ୍ୱର : ପୂର୍ବରୁ ଅନେକ ଥର ରାଜ୍ୟ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ମାତ୍ର ଏଥର ପଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ରାଜ୍ୟରେ ଏକାକୀ ସରକାର ଗଠନ କରିବା ପରେ ଏହି ଦିବସ ପାଳନ କରୁଛି । ଭାରତୀୟ ଜନତା ପାର୍ଟି ମହିଳାମାନଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ଦଳରେ କାର୍ଯ୍ୟ କରିଥିବା ନାରୀ ନେତ୍ରୀମାନେ ଦେଶର ରାଷ୍ଟ୍ରପତି, ଅର୍ଥମନ୍ତ୍ରୀ,ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି । ବିଜେପି ଶାସନରେ ଆଜିର ମହିଳା ଉନ୍ନତି ପଥରେ ଅଗ୍ରସର ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସରେ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି ।

ଶ୍ରୀମତି ପରିଡ଼ା କହିଛନ୍ତି ଯେ, ଓଡ଼ିଶାର ବିକାଶ କରିବା ପାଇଁ ରାଜ୍ୟର ମହିଳମାନେ ଏଥର ଭାରତୀୟ ଜନତା ପାର୍ଟକୁ ବାଛିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବଚନା ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ, ବିଜେପି ଓଡ଼ିଶାରେ ସରକାର ଗଢ଼ିଲେ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ । ଦଳର ସରକାର ଗଠନ ପରେ ଏହି ପ୍ରତିଶ୍ରୁତି ପୂରଣ କରିଛି । ମାତ୍ର ୮ ମାସ ମଧ୍ୟରେ ୧୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରାୟ ୧କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଦେଇଛି । ଏବେ ମିଶନଶକ୍ତି ବନ୍ଦ ହୋଇଯିବ ବୋଲି ବିଜେଡି ଏବେ ମିଛ ପ୍ରଚାର କରୁଛି । ମାତ୍ର ଏହି ମିଶନଶକ୍ତି ମହିଳାମାନଙ୍କୁ ନବୀନ ପଟ୍ଟନାୟକ ସରକାରରେ ଥିଲାବେଳେ ୩ ମାସର ଦରମା ନଦେଇ ରାଜରାସ୍ତାରେ ବସାଇଥିଲେ । ନବୀନ କରିଥିବା ପାପକୁ ଧୋଇବା ପାଇଁ ଲକ୍ଷପତି ଦିଦି ଯୋଜନାରେ ମିଶନଶକ୍ତି ସଦସ୍ୟାଙ୍କୁ ୧୦ ମାସର ଦରମା ଦେବାକୁ ଘୋଷଣା କରିଛୁ । ବିଜେଡି ସବୁବେଳେ ଭୋଟ ବ୍ୟାଙ୍କ ପଲ୍‌ିଟିକ୍ସ କରୁଥିଲା । ୨୪ ବର୍ଷ ଧରି ଚକ୍ରାନ୍ତ କରି ମହିଳମାନଙ୍କୁ କେବଳ ଋଣ ଦେଇ ସୁଧଛାଡ଼ କରୁଥିଲେ । ମାତ୍ର ବିଜେପି ସରକାରରେ ମହିଳାଙ୍କ ପାଇଁ ଋଣ ନୁହେଁ ପ୍ରୋତ୍ସାହନ ରାଶି ସ୍ୱରପ ସୁଭଦ୍ରା ଯୋଜନାରେ ଅଦ୍ୟାବଧି ୧୦ ହଜାର କୋଟି ଟଙ୍କା ଦିଆଯାଇଛି । ସୁଭଦ୍ରା ଯୋଜନାର ସଫଳ ରୂପାୟନ, ଓଡ଼ିଶାର ମା ଭଉଣୀମାନଙ୍କର ଉଦ୍ୟୋଗୀ ହେବାର ସ୍ୱପ୍ନକୁ ମଧ୍ୟ ପୂରଣ କରିବ । ବିକଶିତ ଓଡ଼ିଶାର ଗଠନରେ ଏହି ଯୋଜନା ମୂଳପିଣ୍ଡ ହେବ । ଏହି ଯୋଜନା ପାଇଁ ୫ ବର୍ଷରେ ମୋଟ୍ ୫୫ହଜାର କୋଟି ଅର୍ଥ ବ୍ୟୟବରାଦ କରାଯ ସୁଭଦ୍ରା ଯୋଜନା ଓଡ଼ିଶା ଇତିହାସରେ କାର୍ଯ୍ୟକାରୀ ହୋଇଥିବା ସବୁଠାରୁ ବୃହତତମହିଳା ସଶକ୍ତିକରଣ ଯୋଜନା ଭାବେ ପରିଗଣିତ ହୋଇପାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନାଁ ନେଇଯିବା ଭୟରେ ବିଜେଡି ସରକାର ସମୟରେ ଲକ୍ଷପତି ଯୋଜନା କାର୍ଯ୍ୟକାରୀ କରେଇ ଦେଉ ନ ଥିଲା । ବିଜେପି ସରକାର ଆସିବା ପରେ ଲକ୍ଷପତି ଯୋଜନାରେ ସାରା ଭାରତରେ ଓଡ଼ିଶା ଏବେ ୨ୟ ସ୍ଥାନରେ ରହିଛି । ମୋଦିଜୀଙ୍କ ନେତୃତ୍ୱରେ ମହିଳାମାନଙ୍କ ଆର୍ôଥକ ଓ ସାମାଜିକ ସଶକ୍ତୀକରଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହା ବ୍ୟତୀତ ମମତା ଯୋଜନା, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା, ୱାନ ଷ୍ଟପ୍ ସେଂଟର, ୧୮୧ ହେଲ୍ପ ଲାଇନ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ‘ବେଟୀ ବଚାଓ ବେଟୀ ପଢ଼ାଓ’ ଇତ୍ୟାଦିର ସଫଳ ରୂପାୟନ କରାଯାଇଛି ଏହା କେବଳ ମହିଳାମାନଙ୍କୁ ସଶକ୍ତ କରିନାହିଁ ସେମାନଙ୍କ ଆର୍ôଥକ ସ୍ୱାଧୀନତା ତଥା ବିକାଶର ଧାରାକୁ ଦ୍ୱିଗୁଣିତ କରିଛି ।

 

Leave A Reply

Your email address will not be published.