ତୁର୍କୀ: ତୁର୍କୀରେ ରହୁଥିବା ଜଣେ ବ୍ୟକ୍ତି ନିଜ ନାକ ପାଇଁ ବିଶ୍ୱ ରେକର୍ଡ କରିବାରେ ସଫଳ ହୋଇଛନ୍ତି । ଦୁନିଆର ସବୁଠୁ ବଡ଼ ନାକ ଥିବା ବ୍ୟକ୍ତି ଭାବେ ସେ ବିଶ୍ୱ ରେକର୍ଡ କରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ୭୧ ବର୍ଷ ବୟସରେ ପହଞ୍ଚିବା ପରେ ମଧ୍ୟ ବ୍ୟକ୍ତିଙ୍କ ନାକ ଲଗାତାର ବଢ଼ିବାରେ ଲାଗିଛି । ତୁର୍କୀର ୭୧ ବର୍ଷୀୟ ମେହମେତ ଓଜିୟୁରେକଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱାଲïର୍ ରେକର୍ଡରେ ସ୍ଥାନିତ ହୋଇଛି ।
ରିପୋର୍ଟ ଅନୁଯାୟୀ ମେହମେତଙ୍କର ନାକ ୮.୮ ସେମି (୩.୪୬ ଇଞ୍ଚ) ଲମ୍ବା, ଯାହା ସର୍ବାଧିକ । ୨୦୧୦ ମାର୍ଚ୍ଚରେ ସେ ତାଙ୍କ ନାକ ପାଇଁ ଗିନିଜ୍ ୱାଲïର୍ ରେକର୍ଡ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ କେହି ବି ଏହି ରେକର୍ଡକୁ ଭାଙ୍ଗି ପାରିନାହାନ୍ତି । ଗତ ୧୧ ବର୍ଷ ଧରି ଏହି ରେକର୍ଡ ବଜାୟ ହୋଇ ରହିଛି । ମେହମେତଙ୍କ କହିବା ଅନୁଯାୟୀ ତାଙ୍କ ନାକ ଏବେ ବି ବଢୁଛି ।
ନିକଟରେ ଗିନିଜ ୱାଲïର୍ ରେକର୍ଡ ସୋସିଆଲ ମିଡିଆରେ ୧୧ ବର୍ଷ ଧରି ନିଜ ଟାଇଟଲକୁ ବଞ୍ଚାଇ ରଖିଥିବା ତୁର୍କୀର ମେହମେତଙ୍କ ସମ୍ପର୍କରେ ପୋଷ୍ଟ କରିଛି । ବିଶ୍ୱରେ ଏକମାତ୍ର ଜୀବିତ ବ୍ୟକ୍ତି ଭାବେ ମେହମେତଙ୍କ ସବୁଠୁ ଲମ୍ବା ନାକ ଭାବେ ଆନୁଷ୍ଠାନିକ ରୂପେ ନିଶ୍ଚିତ ହୋଇଛି ବୋଲି ଗିନିଜ୍ ବୁକ୍ ଅଫ୍ ୱାଲïର୍ ରେକର୍ଡ ପୋଷ୍ଟରେ ଉଲ୍ଲେଖ କରିଛି । ହେଲେ ଏହା ପୂର୍ବରୁ ଇତିହାସରେ ସବୁଠୁ ଲମ୍ବା ନାକର ରେକର୍ଡ ୟୁକେର ଥୋମାସ୍ େୱଡର୍ସଙ୍କ ନାଁରେ ରହିଛି । ୧୮୦୦ ଶତା³ୀରେ ଥୋମାସଙ୍କ ନାକର ଲମ୍ବା ଅବିଶ୍ୱସନୀୟ ରୂପେ ୧୯ ସେଣ୍ଟିମିଟର ଲମ୍ବା ଥିଲା ।
Comments are closed.