ନୂଆଦିଲ୍ଲୀ: ମାର୍ଚ୍ଚ୨୫: ଜିଫ୍ ଫାଇଲର ପ୍ରତିଷ୍ଠାତା ଷ୍ଟିଫେନ୍ ଓ୍ୱିଲହାଇଟଙ୍କ ପରଲୋକ । ଆମେରିକାରେ ରହୁଥିବା ଷ୍ଟିଫେନ୍ ଗତ ୧୪ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ଏନେଇ ତାଙ୍କ ପତ୍ନୀ ବୁଧବାର ସୂଚନା ଦେଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ତେବେ ସବୁବେଳେ ସେ ନିଜ କମ୍ପାନୀକୁ ଭୁଲ ଉଚ୍ଚାରଣ ପାଇଁ ଆପତ୍ତି କରୁଥିବାରୁ ସେ ବେଶ୍ ଚର୍ଚ୍ଚିତ ଥିଲେ । ୨୦୧୩ରେ ବେବି ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍ ପୁରସ୍କାର ନେବା ବେଳେ ଷ୍ଟିଫେନ୍ କହିଥିଲେ ଯେ, ଜିଫ୍ ଜି ଅକ୍ଷରରୁ ଆରମ୍ଭ ହୋଇଥିଲେ ମଧ୍ୟ ଜେଡ୍ ଅକ୍ଷରରୁ ଆରମ୍ଭ ହେଲା ଭଳି ଉଚ୍ଚାରଣ କରାଯିବା ଦରକାର । ଏହାସହ ସେ ଅକ୍ସଫୋର୍ଡ ଡିକସନାରୀରେ ଏହାର ଅର୍ଥ ଓ ଉଚାରଣକୁ ଭୁଲ ବୋଲି ଦର୍ଶାଇଥିଲେ ।
Comments are closed.