ଆମେରିକାର ୭୦ ବର୍ଷୀୟ ମାଇକେଲ୍ କିସ୍ ପ୍ରମାଣ କରିଛନ୍ତି ଯେ ବୟସ କେବଳ ଏକ ସଂଖ୍ୟା । ନିକଟରେ ସେ ୧୪ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ୧୦୦ ମିଟରର ଦୌଡ଼ ସମାପ୍ତ କରିଛନ୍ତି । କିସ୍ଙ୍କର ଏହି ଅଦମ୍ୟ ସାହାସ ଏବଂ ବିଶ୍ୱାସ ସମଗ୍ର ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୋଇଛି । ସୋସିଆଲ ମିଡିଆରେ ତାଙ୍କର ଏହି ସଫଳତାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ସମସ୍ତେ କିସ୍ଙ୍କର ପ୍ରଶଂସା କରି ରହିପାରୁନାହାନ୍ତି ଏବଂ ତାଙ୍କ ଫିଟନେସ୍କୁ ଦେଖି ମଧ୍ୟ ଆଚମ୍ବିତ ହେଉଛନ୍ତି ।
୨୦ ବର୍ଷ ଆୟୁର ଜଣେ ଯୁବକଙ୍କ ପରି ମାଇକେଲ୍ କିସ୍ ଦୌଡ଼ ପ୍ରତିଯୋଗିତାର ପ୍ରାରମ୍ଭରେ ହିଁ ବାକି ପ୍ରତିଯୋଗୀଙ୍କ ଉପରେ ଭାରି ପଡ଼ୁଛନ୍ତି । ବିଜୁଳି ବେଗରେ ମାତ୍ର ୧୩.୪୭ ସେକେଣ୍ଡରେ ରେସ୍କୁ ସମାପ୍ତ କରୁଛନ୍ତି । ଯଦିଓ ୨୦୦୫ରେ ୭୦ ବର୍ଷର ଆୟୁ ବର୍ଗରେ ୧୦୦ ମିଟର ରେସ୍କୁ ୧୨.୭୭ ସେକେଣ୍ଡରେ ପୁରା କରିବାର ରେକର୍ଡ ବାବି ହ୍ୱିଲଟନ୍ଙ୍କ ନାମରେ ରହିଛି, କିନ୍ତୁ ମାଇକେଲ୍ କିସ୍ଙ୍କ ଏହି ଦୌଡ଼ ତାହାଠାରୁ ସମ୍ପୂର୍ଣ୍ଣ ଅଲଗା ଏବଂ ଗୁରୁତ୍ୱପୂର୍ଣ୍ଣ । କାରଣ ବାବି ହ୍ୱିଲଟନ ଯୁବାସ୍ଥାରୁ ହିଁ ଧାବକ ଥିଲେ, କିନ୍ତୁ ମାଇକେଲ୍ ୫୯ ବର୍ଷ ବୟସରେ ପ୍ରଥମେ ଟ୍ରାକ୍ ଉପରକୁ ଓହ୍ଲାଇଥିଲେ । ନୁ୍ୟଜର୍ସୀ ସିନିଅର ଅଲମ୍ପିକ୍ ପରେ ସେ ୨୦୧୮ରେ ମଲଙ୍ଗାର ୱାଲïର୍ ମାଷ୍ଟର ଆଥେଲେଟିକ୍ସରେ ଫାଷ୍ଟ୍ ରନର୍ ଭାବେ ନିଜର ସ୍ୱତନ୍ତ୍ର ସ୍ଥାନ ପMା କରିଥିଲେ । ଏହାପରଠୁ ମାଇକେଲ୍ଙ୍କ ନାମ ସବୁବେଳେ ଚର୍ଚ୍ଚାରେ ରହିଆସିଛି ।
Comments are closed.