ଦିନକୁ ଦିନ ସାରା ଦେଶରେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଉଛି । ମଣିଷ ନିଜ ଜୀବନକୁ ସୁବିଧା ବିଳାସପୂର୍ଣ୍ଣ କରିବାରେ ଦିନରାତି ଲାଗିପଡ଼ୁଛି । ତଥାପି କେଉଁଠି ନା କେଉଁଠି ନିଜକୁ ଏକା ପାଇ କିମ୍ବା ନିଜ ସମସ୍ୟାକୁ ସୁଧାରିବା ପାଇଁ ସେ ଚେଷ୍ଟା ନକରି, ଆତ୍ମହତ୍ୟାର ବାଟ ବାଛୁଛି । ଆମେ ଜାଣିଥାଉ ଯେ , ଉଦାସୀନତା ହେଉଛି ଆତ୍ମହତ୍ୟାର ମୁଖ୍ୟ କାରଣ । ଯାହା କିଛି ପରିମାଣରେ ଠିକ୍ । କି;ୁ ଉଦାସୀନତାକୁ ସଂପୂର୍ଣ୍ଣ ରୂପେ ଆତ୍ମହତ୍ୟା କରିବାର କାରଣ ଦର୍ଶାଯାଇ ପାରିବନାହିଁ ।
ମାନସିକ ଚାପ ଓ ଗୁରୁତର ସମସ୍ୟା ଦେଇ ଗତି କରୁଥିବା ଲୋକମାନେ ନିଜ ମନର କଥାକୁ ପରିପ୍ରକାଶ କରିବା ପାଇଁ ପ୍ରିୟଜନଙ୍କୁ ଆବଶ୍ୟକ କରନ୍ତି ଓ ସମାଧାନର ବାଟ ଖୋଜିବାକୁ ଯାଇ ସେମାନେ ଆତ୍ମହତ୍ୟା କରନ୍ତି । ସେହି ସବୁ କାରଣକୁ ଲୋକଲୋଚନକୁ ଆଣିବା ଓ ଜଣଙ୍କୁ ଆତ୍ମହତ୍ୟାରୁ ନିବାରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ବିଶ୍ୱ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଉଛି । ଲୋକଙ୍କୁ ଆତ୍ମହତ୍ୟା ନକରିବାକୁ ସଚେତନ କରାଯାଉଛି । ଆତ୍ମହତ୍ୟା ମାମଲାକୁ ଦୃଷ୍ଟିରେ ରଖି ଏହା ଜାଣିବା ଜରୁରୀ ଯେ, କେଉଁ କାରଣରୁ ଆତ୍ମହତ୍ୟା କରିବାର ଚିନ୍ତା ଜଣେ ବ୍ୟକ୍ତିଙ୍କ ମନରେ ଆସେ-
* ଆମେରିକା ଏକାଡେମୀ ମେଡିକାଲ୍ ସେଣ୍ଟରର ଏକ ଗବେଷକ ଦଳ କହିଛନ୍ତି, ଆତ୍ମହତ୍ୟାକୁ କୌଣସି ପ୍ରକାରର ମାନସିକ ରୋଗ କୁହାଯାଇପାରିବ ନାହିଁ । ଉଦାସୀନତା ବ୍ୟତୀତ, ଦ୍ୱିପାକ୍ଷିକ ବ୍ୟାଧି ବା କୌଣସି ସମସ୍ୟାକୁ ନେଇ ଦ୍ୱିପାକ୍ଷିକ ଚିନ୍ତା ମାନସିକ ଚାପ ସୃଷ୍ଟି କରେ । ବିଶେଷତ୍ୱ କୌଣସି ସମସ୍ୟାର ସମାଧାନ ବାଟ ନପାଇଲେ ମନୁଷ୍ୟ ଆତ୍ମହତ୍ୟା କରିବାର କଳ୍ପନା କରିଥାଏ ।
* ସମାଜରୁ ବିଚ୍ଛିନ୍ନ ଅନୁଭବ କଲେ, ଜଣେ ବ୍ୟକ୍ତି ଅନେକ ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥାଏ ।
* ବ୍ରେକଅପ୍, ପ୍ରିୟଜନର ମୃତୁ୍ୟ କିମ୍ବା ଏପରି କୌଣସି ଘଟଣା ଯାହାକୁ ଭୁଲିଯିବାକୁ ଅସମର୍ଥ ବ୍ୟକ୍ତିଙ୍କ ଚିନ୍ତାଶକ୍ତି ଦୁର୍ବଳ ହୋଇଯାଏ । ଯାହା କାରଣରୁ ବ୍ୟକ୍ତି ଜଣଙ୍କ ନିଜ ଜୀବନକୁ ହାରିବାକୁ ଚେଷ୍ଟା କରିଥାନ୍ତି ।
* ଡ୍ରଗ୍ କିମ୍ବା ମଦ୍ୟପାନର ଅତ୍ୟଧିକ ବ୍ୟବହାର ହେତୁ ଆତ୍ମହତ୍ୟା ଚିନ୍ତା ଲୋକଙ୍କ ମନରେ ଆସିବା ଆରମ୍ଭ କରେ । ବିଶେଷଜ୍ଞମାନଙ୍କ ମତରେ, ଅତ୍ୟଧିକ ନିଶା ସେବନ କଲେ, ମାନସିକ ଚିନ୍ତା ଦୁର୍ବଳ ହେବା ସହିତ ଛୋଟ ଛୋଟ ସମସ୍ୟାର ସମାଧାନ କରିବା କଷ୍ଟସାଧ୍ୟ ମନେ ହୁଏ । ଏହିପରି ସ୍ଥିତିରେ ନିଶାଖୋର ବ୍ୟକ୍ତି ଆତ୍ମହତ୍ୟାର ପନ୍ଥା ବାଛନ୍ତି ।
* ଶାରୀରିକ ଓ ଯୌନ ଶୋଷଣ ହେତୁ ଲୋକମାନେ ବେଳେବେଳେ ଆତ୍ମହତ୍ୟାର ରାସ୍ତା ନେଇଥାନ୍ତି ।
* ପୁରୁଣା ରୋଗରୁ ମୁକ୍ତି ପାଇବା ଓ ଉପଶମ ହୋଇପାରୁନଥିବା ରୋଗରୁ ମୁକ୍ତି ପାଇବା ପାଇଁ କେତେକ ଆତ୍ମହତ୍ୟାର ବାଟ ବାଛିଥାନ୍ତି ।
Comments are closed.