ବଲାଙ୍ଗୀର: ବିଚ ରାସ୍ତାରେ ଯୁବକକୁ ଗୋଡାଇ ଗୋଡାଇ ହତ୍ୟା । ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ। ଶନିବାର ଦିନ ଚିମିନି ଭାଟି ସ୍କୁଲ ନିକଟରେ ଘଟିଛି ହତ୍ୟାକାଣ୍ଡ । ଘଟଣାସ୍ଥଳରୁ ହତ୍ୟାକରୀ ଫେରାର ହୋଇଯାଇଛି। ମୃତଦେହ ପାଖରେ ପଡିଛି ବାଇକ୍। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।